
ଜୟପୁର, ୦୨ ନଭେମ୍ବର (ହି.ସ.) - ଜୟପୁର ସାହିତ୍ୟ ପରିଷଦର ପୂର୍ବତନ ସଭାପତି ତଥା ସର୍ବ ସୁପରିଚିତ ଡ.ସୁରେଶ ଦାସଙ୍କ ବିୟୋଗରେ ପରିଷଦ ତରଫରୁ ଏକ ସ୍ମୃତି ସଭା ଆୟୋଜିତ ହୋଇ ଯାଇଛି। ପରିଷଦର ସମ୍ପାଦକ ଶ୍ରୀ ନିରଞ୍ଜନ ପାଣିଗ୍ରାହୀଙ୍କ ପରିଚାଳନାରେ ଆୟୋଜିତ ଏହି ସ୍ମୃତି ସଭାରେ ପରିଷଦର ସମସ୍ତ କର୍ମକର୍ତା, ସଭ୍ୟଙ୍କ ସମେତ, ଅବସରପ୍ରାପ୍ତ, ବ୍ୟାଙ୍କ କର୍ମଚାରୀ, ଶିକ୍ଷକ, ଅନେକ ସ।ହିତ୍ୟକ ଓ ସମାଜସେବୀ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିଲେ। ଅତି କମ୍ ଦିନ ଅସୁସ୍ଥତା ମଧ୍ୟରେ ସୁରେଶ ଦାସଙ୍କ ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି ଏବଂ ଆଗାମୀ ପିଢ଼ି ତାଙ୍କ ବିଷୟରେ ଜାଣିବା ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ତାଙ୍କ ଉଦ୍ଧେଶ୍ୟରେ ଏକ ସ୍ମରଣିକା ଆଗାମୀ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପ୍ରକାଶ କରିବା ପାଇଁ ବରିଷ୍ଠ ଲେଖକ ଡ. ପରେଶ ରଥଙ୍କ ସୂଚନାକୁ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଗଲା ଏବଂ ଏକ ସ୍ମରଣିକା କମିଟି ଗଠନ କରି ଲେଖା ସଂଗ୍ରହ କରାଯିବ ବୋଲି ସମ୍ପାଦକ ଶ୍ରୀ ନିରଞ୍ଜନ ପାଣିଗ୍ରାହୀ ଜଣାଇ ଥିଲେ। ଏହି ଶୋକ ସଭାରେ ସାହିତ୍ୟକ ଲକ୍ଷ୍ମୀକାନ୍ତ ପାଢ଼ୀ, ଶ୍ରୀନାଥ ମିଶ୍ର, ଡ .ପ୍ରଦୀପ ମିଶ୍ର, ନରସିଂହ ପାଣିଗ୍ରାହୀ, ଜି. ଭି.ରାଓ, କୃଷ୍ଣ ଚନ୍ଦ୍ର ହୋତା,କୃଷ୍ଣ ଚନ୍ଦ୍ର ଭୁକ୍ତା ,ପ୍ରମୋଦ ରାହୁଲ, ଅଶୋକ ପଲେଇ ,ସୁନୀତା ମିଶ୍ର, ସ୍ମିତା ରଥ, ସୋଭାଗିନି ନନ୍ଦ, ଡ.ସୁଧାଂଶୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିଲେ।
ଜୟପୁର ସାହିତ୍ୟ ପରିଷଦ ପାଇଁ ସ୍ଥାୟୀ କୋଠା ନିର୍ମାଣରେ ଆବଶ୍ୟକ ପଦକ୍ଷେପ ନିଆଗଲେ ସୁରେଶ ଦାସ ସଭାପତି ଥିବା ସମୟରେ ଆରମ୍ଭ କରିଥିବା କାର୍ଯ୍ୟ ସଫଳ ହୋଇ ତାଙ୍କ ଆତ୍ମାକୁ ଉଚିତ ସମ୍ମାନ ହେବ ବୋଲି ପରିଷଦର ପୂର୍ବତନ ସମ୍ପାଦକ ନବକୃଷ୍ଣ ରଥ ମତ ଦେଇଥିଲେ। ପରିଷଦ ର ସଭାପତି ଶ୍ରୀ ହରିହର କର ସୁଦ୍ଧା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି