ସୋନପୁର କଲେଜର ଏନସିସି କ୍ୟାଡେଟମାନଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ
ସୁବର୍ଣ୍ଣପୁର, ୦୨ ନଭେମ୍ବର(ହି.ସ.) – ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ୧୧ ଓଡ଼ିଶା ବାଟାଲିଅନ ଏନସିସି ବଳାଙ୍ଗୀର ଅଧୀନସ୍ଥ ସୋନପୁର କଲେଜ, ସୋନପୁରର ଏନସିସି କ୍ୟାଡେଟମାନେ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ଅଫିସର ଲେଫ୍‌ନେଂଟ
*ସୋନପୁର କଲେଜର ଏନ ସି ସି କ୍ୟାଡେଟ ମାନଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ-


ସୁବର୍ଣ୍ଣପୁର, ୦୨ ନଭେମ୍ବର(ହି.ସ.) – ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ୧୧ ଓଡ଼ିଶା ବାଟାଲିଅନ ଏନସିସି ବଳାଙ୍ଗୀର ଅଧୀନସ୍ଥ ସୋନପୁର କଲେଜ, ସୋନପୁରର ଏନସିସି କ୍ୟାଡେଟମାନେ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ଅଫିସର ଲେଫ୍‌ନେଂଟ ଆଶିଷ କୁମାର ଅଗ୍ରୱାଲଙ୍କ ନିର୍ଦ୍ଦେଶନାରେ ଏବଂ ସୋନପୁର କଲେଜର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ନାୟକଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା।

ମୋଟ ୪୨ ଜଣ କ୍ୟାଡେଟ ଏହି ସ୍ୱଚ୍ଛତା ଅଭିଯାନରେ ଉତ୍ସାହ ପୂର୍ବକ ଭାଗ ନେଇଥିଲେ । ସେମାନେ କଲେଜ ପରିସର ଏବଂ ଚାରିପାଖ ଅଂଚଳ ସଫା କରି ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ଓ ପରିବେଶ ସଚେତନତାର ସନ୍ଦେଶ ପ୍ରସାର କରି ଥିଲେ।

ଲେଫ୍େଟନାଣ୍ଟ ଆଶିଷ କୁମାର ଅଗ୍ରୱାଲ କ୍ୟାଡେଟମାନଙ୍କ ସେବା ସମର୍ପଣ ଓ ଶାନ୍ତି ଶୃଙ୍ଖଳାକୁ ପ୍ରଶଂସା କରି ଥିଲେ କ୍ଷ ଅତିଥି ଭାବେ ଯୋଗ ଦେଇ ଥିବା ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ନାୟକ ଏହି ପ୍ରୟାସକୁ ଆଗାମୀ ଦିନରେ ଜାରି ରଖିବାକୁ ଓ ଏକ ସୁସ୍ଥ ସମାଜ ଗଠନ ଦିଗରେ ପ୍ରାୟସ କରିବାକୁ ସମସ୍ତଙ୍କୁ ପରାମର୍ଶ କରି ଥିଲେ।

ଏହି ଅଭିଯାନଟି ଏକତା ଓ ଶାନ୍ତି ଶୃଙ୍ଖଳା ମନ୍ତ୍ରର ବାର୍ତା ବହନ କରି ଥିବାବେଳେ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶକୁ ସ୍ମରଣ କରିଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande