ତାଳପଦା ଓ ପିରାହାଟରେ ସାଇ ସମିତି ପକ୍ଷରୁ ଶହେଟି ଭଜନ ଏବଂ ସେବାକାର୍ଯ୍ୟ
ଭଦ୍ରକ, ୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ସତ୍ୟ ସାଇ ସେବା ସମିତି ପକ୍ଷରୁ ତାଳପଦା ଓ ପିରାହାଟରେ ଶହେଟି ଭଜନ ଏବଂ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।ରବିବାର ତିହିଡି ସତ୍ୟସାଇ ସେବା ସମିତି ଓ ଭଦ୍ରକ (୧) ଆନୁକୂଲ୍ୟରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଶହେ ତମ ଜନ୍ମ ବାର୍ଷିକ ପାଳନ ଉ
TALAPADA PIRAHAT RE SAI SAMITI SEVA KARYA


ଭଦ୍ରକ, ୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ସତ୍ୟ ସାଇ ସେବା ସମିତି ପକ୍ଷରୁ ତାଳପଦା ଓ ପିରାହାଟରେ ଶହେଟି ଭଜନ ଏବଂ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।ରବିବାର ତିହିଡି ସତ୍ୟସାଇ ସେବା ସମିତି ଓ ଭଦ୍ରକ (୧) ଆନୁକୂଲ୍ୟରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଶହେ ତମ ଜନ୍ମ ବାର୍ଷିକ ପାଳନ ଉତ୍ସ୍ୱ ଅବସରରେ ଭଦ୍ରକ ସାଇ ଜିଲ୍ଲା ପକ୍ଷରୁ ଶହେ ଘଂଟା ସେବା କାର୍ଯ୍ୟକ୍ରମ ପିରାହାଟ ଭଜନ ମଣ୍ଡଳୀ ଅନ୍ତର୍ଗତ ପଳିତା ସାହି ଗ୍ରାମରେ ସକାଳ ୯ଟାରେ ଆରମ୍ଭ ହୋଇଥିଲା ।ପଳିତାସାହି ଗ୍ରାମରେ ସଫେଇ ,ଗ୍ରାମ ପରିକ୍ରମା, ଫଟୋ,ବିଭୂତି ବଂଟନ,ନଡିଆଚାରା ରୋପଣ,ତିହିଡି ସେବା ସମିତି ଓ ପିରାହାଟ ସେବା ଗ୍ରୁପର ସହଯୋଗରେ ହୋଇଥିଲା ।ପରେ ତାଳପଦା ଜଗନ୍ନାଥ ମନ୍ଦିର ପରିସରରେ ଶହେ ଗୋଟି ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଅପରାହ୍ଣ ପାଂଟଟା ସମୟରେ ଜଗତାନନ୍ଦ ମହାପାତ୍ରଙ୍କ ବାସଭବନରେ ଦିବ୍ୟ ଅଖଣ୍ଡଜ୍ୟୋତି କାର୍ଯ୍ୟକ୍ରମରେ ଭଜନ ଓ ସତସଙ୍ଗ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସତ୍ୟସାଇ ସେବାସଂଗଠନର ରାଜ୍ୟ ଉପସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି,ଭଦ୍ରକ ୧ ଜିଲ୍ଲାର ସଭାପତି ଡା. ରଞ୍ଜିତ ଖଟୁଆ,ଜିଲ୍ଲା ସେବା ସଂଯୋଜକ ଜୟଚନ୍ଦ୍ର ବେହେରା,ପଦାମ ଭୁଜ ଗ୍ରାମର ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ଦାସ, ଭଦ୍ରକ ଶ୍ରୀ ସତ୍ୟସାଇ ଦିବ୍ୟା ବିହାରର ସମ୍ପାଦକ ପାର୍ଥସରଥୀ ନାୟକ,ତିହିଡି ସେବାସମିତିର ଆବାହକ ସଞ୍ଜୟ ମହାପାତ୍ର,ବୋଡ଼କ ସମିତିର ଆବାହକ ଶଶଧର ସମାଲ,କପାସିଆ ସମିତିର ଆବାହକ ପ୍ରଦୀପ ବେହେରା,ପିରାହାଟ ସେବା ଗ୍ରୁପର ଆବାହକ ଲଷ୍ମୀଧର ବଳ ପ୍ରମୁଖଙ୍କ ସମେତ ତିହିଡି,ବୋଡ଼କ ସମିତିର ସାଇ ଭକ୍ତମାନେ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande