ଟାଉନ ପୁଲିସ ପକ୍ଷରୁ ସାଇବର ସେଫଟି କାର୍ଯ୍ୟକ୍ରମ
ଜୟପୁର, ୦୨ ନଭେମ୍ବର (ହି.ସ.) - ଜୟପୁର ଟାଉନଥାନା ପକ୍ଷରୁ ଆଜି ସ୍ଥାନୀୟ ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ ପଡିଆରେ ସାଇବର ସେଫଟି ପ୍ରଚାର ନିମନ୍ତେ ଏକ ୫କିଲୋମିଟିର ରୋଡ ରନ ଅନୁଷ୍ଠିତ ହୋଇଯାଇଛି। ଟାଉନଥାନା ଅଧିକାରି ଉଲ୍ଲାସ ରାଉତ ଓ ଏସଡିପିଓ ପାର୍ଥ କଶ୍ୟପ ଓ ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ
ଟାଉନ ପୁଲିସ ପକ୍ଷରୁ ସାଇବର ସେଫଟି କାର୍ଯ୍ୟକ୍ରମ


ଜୟପୁର, ୦୨ ନଭେମ୍ବର (ହି.ସ.) - ଜୟପୁର ଟାଉନଥାନା ପକ୍ଷରୁ ଆଜି ସ୍ଥାନୀୟ ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ ପଡିଆରେ ସାଇବର ସେଫଟି ପ୍ରଚାର ନିମନ୍ତେ ଏକ ୫କିଲୋମିଟିର ରୋଡ ରନ ଅନୁଷ୍ଠିତ ହୋଇଯାଇଛି। ଟାଉନଥାନା ଅଧିକାରି ଉଲ୍ଲାସ ରାଉତ ଓ ଏସଡିପିଓ ପାର୍ଥ କଶ୍ୟପ ଓ ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ଉପସ୍ଥିତ ରହି ପତାକା ଦେଖାଇ ରୋଡ ରନର ଉଦଘାଟନ କରିଥିଲେ। ପୂର୍ବରୁ କରାଯାଇଥିବା ରୋଡ ମ୍ୟାପ ସହକାରେ ସମସ୍ତ ପ୍ରତିଯୋଗୀ ବିକ୍ରମଦେବ କଲେଜ ପଡିଆ ଠାରୁ ବାହାରି ଟ୍ରାଫିକ ଛକ, ରାଜନହର ଛକ, ତାରିଣୀ ଛକ, ପଂଚାନନ ମନ୍ଦିର ଛକ, ଖ୍ରୀଷ୍ଟିଆନ ପେଟା ଛକ ଦେଇ ପୁଣି ଥରେ ବିକ୍ରମଦେବ କଲେଜ ପଡିଆରେ ପହଁଚିଥିଲେ। ଏହି ଦୌଡ ସକାଳ ୭ଟାରେ ଆରମ୍ଭ କରାଯାଇଥିଲା। ୨୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଏହି ଦୌଡରେ ଅପ୍ସଶ ଗ୍ରହଣ କରିଥିଲେ ସେମାନେ ସକାଳ ୫.୧୫ ମିନିଟରେ ରେଜିଷ୍ଟ୍ରେସନ କରିଥିଲେ। ଏହି ଦୌଡ ପ୍ରତିଯୋଗୀତା ୩ଟି ବର୍ଗରେ ହୋଇଥିଲା। ପୁରୁଷ ବର୍ଗରେ ଦିଲ୍ଲିପ ଖରା ପ୍ରଥମ, ଗୋପାଳ ଗଣ୍ଡ ଦ୍ୱିତୀୟ, ଫିଲିପ ଭତ୍ରା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ଦୟାମଣୀ ହରିଜନ ପ୍ରଥମ, ପୂର୍ଣ୍ଣି ମଲ୍ଲିକ ଦ୍ୱିତୀୟ ଓ ସଞ୍ଜନା ମାଝି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବରିଷ୍ଠ ନାଗରିକ ବର୍ଗରେ କୃଷ୍ଣ ଚନ୍ଦ୍ର ହୋତା ପ୍ରଥମ, ସୁରେଶ ହୋତା ଦ୍ୱିତୀୟ ଓ ଲକ୍ଷ୍ମୀକାନ୍ତ ପାଢୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଜେତା ମାନଙ୍କୁ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଏ.ସସ୍ୟାରେଡ୍ଡୀ, ଏସଡିପିଓ ପାର୍ଥ କଶ୍ୟପ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଅପରାହ୍ନରେ ଟାଉନ ଥାନା ପକ୍ଷରୁ ସାଇବର ରଥକୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପଡିଆ ଠାରେ ସ୍ୱାଗତ କରାଯାଇ ସନ୍ଧ୍ୟାରେ ରଥ ପଡିଆ ନିକଟରେ ସାଇବର ଠକେଇ ଉପରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ଆଜିର ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି। ଏହା କେବଳ ସରକାର କିମ୍ବା ପୁଲିସର ଦାୟୀତ୍ୱ ନୁହେଁ ପ୍ରତ୍ୟେକ ନାଗରିକ ମଧ୍ୟ ସଚେତନ ରହିବା ଓ ଅନଲାଇନ ତଥ୍ୟ ସୁରକ୍ଷିତ ରଖିବା। ସାଇବର ଅପରାଧୀମାନେ ବିଭିନ୍ନ ନୂତନ ଉପାୟ ଦ୍ୱାରା ଲୋକଙ୍କୁ ଠକୁଛନ୍ତି, ତେଣୁ ବ୍ୟାଙ୍କ ଖାତା, ଆଧାର ସପ୍ସଖ୍ୟା, ଓଟିପି, ପାସ୍ୱାର୍ଡ ଭଳି ଗୁପ୍ତ ତଥ୍ୟ କାହାକୁ ମଧ୍ୟ ଦେବା ଉଚିତ ନୁହେଁ ବୋଲି କହିଥିଲେ। ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ଉପସ୍ଥିତ ରହି ସାଇବର ସୁରକ୍ଷା ସପ୍ସପର୍କିତ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ଏସଡିପିଓ ଶ୍ରୀ କଶ୍ୟପ ଅଦୃଶ୍ୟ ଠକଙ୍କ ପ୍ରାଦୃଭାବରେ ବର୍ତମାନ ଲଗାମ ଲାଗିବ। ସାଇବର ଠକେଇ କମିବ। ସାଇବର କ୍ରାଇମ କମାଇବା ପାଇଁ ଭୁବନେଶ୍ୱର କମିଶନରେଟ ପୁଲିସ ଯେଉଁ ପ୍ରୟାସ କରିଛନ୍ତି ତାହା ନିଶ୍ଚିତ ସଫଳ ହେବ। ଏହା ମାଧ୍ୟମରେ ଲୋକମାନେ କିଭଳି ସାଇବର ଠକେଇର ଶିକାର ହୋଇ ସର୍ବସ୍ୱ ହରାଉଛନ୍ତି ସେ ନେଇ ଆଜି ରଥପଡିଆ ଠାରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇବା ଆମ ସମସ୍ତଙ୍କ ଦାୟୀତ୍ୱ ବୋଲି କହିଥିଲେ। ବିଶେଷ କରି ଯୁବ ପିଢିଙ୍କ ମଧ୍ୟରେ ସାଇବର ଅପରାଧ ସମ୍ବନ୍ଧୀୟ ଜ୍ଞାନ ଓ ସଚେତନତା ବିସ୍ତାର କରିବା ଦରକାର। ଲୋକଙ୍କ ମଧ୍ୟରେ ସାଇବର ଠକେଇ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏହି ରଥ ଗଡିଛି ବୋଲି କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଟାଉନ ଥାନାର ସମସ୍ତ ପୁଲିସ କର୍ମଚାରୀ ଓ ଟ୍ରାଫିକ ପୁଲିସ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande