ଶାଲିମାର- ଭଞ୍ଜପୁର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ
ବାରିପଦା, ୦୨ ନଭେମ୍ବର (ହି.ସ.) - ଶନିବାର ବିଳମ୍ବିତ ରାତିରେ ଶାଲିମାର-ଭଞ୍ଜପୁର ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ଟ୍ରେନିଟି ପଶ୍ଚିମବଙ୍ଗ ରାଜ୍ୟର ଶାଲିମାରରୁ (ବାରିପଦା) ଭଞ୍ଜପୁର ଅଭିମୁଖେ ଆସୁଥିବା ସମୟରେ ବେତନଟୀ ଠାରୁ ୪କିମି ଦୂର ଆଗ୍ରିଆ ରେଳ କ୍ରସିଂ ନିକଟରେ ଦନ୍ତା ହାତୀକୁ ଧକ୍
Train Dhakkare Danta Hati Mruta


Train Dhakkare Danta Hati Mruta


ବାରିପଦା, ୦୨ ନଭେମ୍ବର (ହି.ସ.) - ଶନିବାର ବିଳମ୍ବିତ ରାତିରେ ଶାଲିମାର-ଭଞ୍ଜପୁର ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ଟ୍ରେନିଟି ପଶ୍ଚିମବଙ୍ଗ ରାଜ୍ୟର ଶାଲିମାରରୁ (ବାରିପଦା) ଭଞ୍ଜପୁର ଅଭିମୁଖେ ଆସୁଥିବା ସମୟରେ ବେତନଟୀ ଠାରୁ ୪କିମି ଦୂର ଆଗ୍ରିଆ ରେଳ କ୍ରସିଂ ନିକଟରେ ଦନ୍ତା ହାତୀକୁ ଧକ୍କା ଦେଇଥିଲା। ଯାହା ଫଳରେ ହାତୀର ଘଟଣାସ୍ଥଳରେ ମୃତ୍ୟ ଘଟିଛି। ଦୁର୍ଘଟଣା ଘଟିବା ପରେ ଶାଲିମାର ଟ୍ରେନ କିଛି ସମୟ ଅଟକିବା ପରେ ପୁଣି ଭଞ୍ଜପୁର ଅଭିମୁଖେ ଚାଲି ଯାଇଥିଲା। ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳକୁ ଆସି ପରେ ସାମ୍ବାଦିକଙ୍କ ମାଧ୍ୟମରେ ବେତନଟୀ ରେଞ୍ଜ ଅଫିସକୁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ବେତନଟୀ ବନାଂଚଳରେ ହାତୀ ମାନେ ବିଭିନ୍ନ ସମୟରେ ଜନବସତି, ରାଜପଥ, ସଡକପଥ ଓ ରେଳପଥ ଉପରେ ଯାତାୟତ କରୁଥିବା ବେଳେ ବନବିଭାଗ ଠିକ ଦୃଷ୍ଟି ଦେଇନଥିବାରୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବେତନଟୀ ରେଞ୍ଜ ଇଲାକାରେ ୩୦ରୁ ଉର୍ଦ୍ଧ୍ୱ ହାତୀ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିବା ବେଳେ ମୁଖ୍ୟ ଦଳରୁ ଅଲଗା ହୋଇ ଏକ ବିଶାଳ ଦନ୍ତାହାତୀ ଶନିବାର ସର୍ବଣା, ବିଶ୍ରାମପୁର ଇଲାକାରେ ବିଚରଣ କରୁଥିଲା। ୧୧:୩୦ ସମୟରେ ପଶ୍ଚିମବଙ୍ଗ ରାଜ୍ୟର ସାଲିମାରରୁ ବାରିପଦାର ଭଞ୍ଜପୁର ରେଳ ଷ୍ଟେସନ ଅଭିମୁଖେ ଯାଉଥିବା ଦ୍ରୁତଗାମୀ ସାଲିମାର ଏକ୍ସପ୍ରେସ ଆଗ୍ରିଆ ରେଳ ଫାଟକ ଠାରେ ରେଳ ଧାରଣା ଅତିକ୍ରମ କରୁଥିବା ବିଶାଳ ଦନ୍ତାହାତୀକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୋଠଛଡା ବିଶାଳ ଦନ୍ତାହାତିର ମୃତ୍ୟୁ ଘଟିଥିବା ବେଳେ ବନବିଭାଗ ଏବଂ ରେଳ ବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ ଏହି ଦୁର୍ଘଟଣା ଘଟିଥିବା ନେଇ ଉତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଏ ସି ଏଫ ଶେଖ ମେହେରବାନ ଅଲ୍ଲୀ, ଡେପୁଟି ରେଞ୍ଜର ଧୃବେନ୍ଦ୍ର ନାଥ ନାୟକ ପ୍ରମୁଖ ସଦଳ ବଳେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ରବିବାର ସକାଳୁ ସ୍ଥିତି ଅନୁଧ୍ୟାନ କରି ଏକ ଟ୍ରକରେ ହାତୀର ମୃତଦେହକୁ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲକୁ ଅଣା ଯାଇଥିଲା। ସେଠାରେ ବନପ୍ରାଣୀ ଡାକ୍ତର ଟିମ ଦ୍ୱାରା ମୃତଦେହର ଶବ ବ୍ୟବଚ୍ଛେଦ କରାଯାଇଛି। ମୃତଦେହରୁ ନମୁନା ସଂଗ୍ରହ କରାଯାଇ ଯାଂଚ ନିମନ୍ତେ ଓୟୁଏଟିକୁ ପଠାଯାଇଛି। କର୍ତୃପକ୍ଷଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିବା ପରେ ଉକ୍ତ ସ୍ଥାନରେ ମୃତଦେହକୁ ପୋତି ଦିଆଯାଇଥିବା ନେଇ ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande