ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସେଚେତନତା ଶୋଭାଯାତ୍ରା
ଜୟପୁର, ୦୨ ନଭେମ୍ବର (ହି.ସ.) - ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଜୟପୁର ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ଏକ ସଚେତନା ରାଲି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରଘୁନାଥ ମନ୍ଦିର ଛକ ଠାରୁ ଏକ ବିଶାଳ ପଦଯାତ୍ରା ବାହାରୀ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଠାରେ ପହଂଚିଥିଲା। ଭିଜିଲା
ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସେଚେତନତା ଶୋଭାଯାତ୍ରା


ଜୟପୁର, ୦୨ ନଭେମ୍ବର (ହି.ସ.) - ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଜୟପୁର ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ଏକ ସଚେତନା ରାଲି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରଘୁନାଥ ମନ୍ଦିର ଛକ ଠାରୁ ଏକ ବିଶାଳ ପଦଯାତ୍ରା ବାହାରୀ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଠାରେ ପହଂଚିଥିଲା। ଭିଜିଲାନ୍ସ ଏସପି ରବୀନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଆକବରାମ ସସ୍ୟା ରେଡ୍ଡୀ ଯୋଗଦେଇ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।ଏହି ପଦଯାତ୍ରା ମାଧ୍ୟମରେ ଦୁର୍ନିତିରେ ଲିପ୍ତ ରହୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଭିଜିଲାନ୍ସ ଏସ୍ ପି ଶ୍ରୀ ପଣ୍ଡା ଏକ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଚାକିରି କ୍ଷେତ୍ରରେ ଅଧିକାରୀ ଓ କର୍ମଚାରୀମାନେ ନିଜକୁ ଜନସେବକ ହେବା ପାଇଁ ଚେଷ୍ଟା କରନ୍ତୁ କୌଣସି ଲୋଭ ମୋହରେ ପଡ଼ି ଲାଂଚ କାରବାର କରନ୍ତୁ ନାହିଁ ଏବଂ ଦୁର୍ନୀତିକୁ ପ୍ରସୟ ଦେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ନିଜେ ସଚେତନ ହୋଇ ରହିବା ସହ ଦୁର୍ନିତି ବିରୋଧରେ ସ୍ୱର ଉଠାଇବା ପାଇଁ କହିଛନ୍ତି। ଯଦି କୌଣସି ଲାଂଚ କାରବାର ହେଉଥିବା ଖବର ଜାଣିବେ ତାହେଲେ ଆବଶ୍ୟକସ୍ଥଳେ ଭିଜିଲାନ୍ସ ବିଭାଗକୁ ସମ୍ପର୍କ କରିବା ପାଇଁ ସୂଚନା ଦେଇଛନ୍ତି। ଆଜିର ଏହି ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଭିଜିଲାନସ୍ ଇନ୍ସପେକ୍ଟର ସଂଚୟ କୁମାର ପ୍ରଧାନ, ସୂର୍ଯ୍ୟ ପ୍ରକାଶ ନାୟକ, ଅନୁଭା ଦାସ, ସାବିତ୍ରୀ ପ୍ରଧାନ ଓ ସନ୍ତୋଷୀ ବାରିକ, ଅଭୟ ମହାପାତ୍ର ଭିଜିଲାନ୍ସ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜୟପୁର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ଯୋଶଦା ଗାଦବା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande