

ମୁଖୀଗୁଡା,୨ ନଭେମ୍ବର (ହି.ସ.) - ମାଟି ରାସ୍ତା ଭଲ ଥିଲା ଖାଲି ପାଦରେ ଚାଲି ହେଉଥିଲା ହେଲେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତାରେ ପିଚୁ ହେବା୨୦ଦିନ ପରେ ରାସ୍ତାରୁ ପିଚୁ ଉଠି ଯାଉଥିବାରୁ ମେଟାଲ,ଚିପ୍ସ ଉପରେ ଚାଳିକରି ଯିବା ଆସିବା କଷ୍ଟକର ହେବ ବୋଲି ମୁଣ୍ଡୁରାଗୁଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ଠାରୁ କପୁରମାଲ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ରାସ୍ତା ନିର୍ମାଣ କାମ ଚାଲିଛି । ଏମ ଆର ଏଲ ୦୪ ପ୍ୟାକେଜ ନମ୍ବର ଓ ଆର ସି ବି ୧୦୬ ,ଅଟକଳ ମୂଲ୍ୟ ୨୯୬.୧୫ଲକ୍ଷ । କାର୍ଯ୍ୟ ଆରମ୍ଭ ତାରିଖ ୧୪।୧୧।୨୦୨୨ ଏବଂ କାର୍ଯ୍ୟ ଶେଷ ତାରିଖ ୧୩।୧୦।୨୦୨୩ ସୂଚନା ଫଳକରେ ଉଲ୍ଲେଖ ରହିଛି । ଏହି ରାସ୍ତା ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି ଯେ କାର୍ଯ୍ୟ ଶେଷ ଅବଧିର ୨ବର୍ଷ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ସରୁନାହିଁ ।ଗତ କେତେ ଦିନ ତଳେ ଲୋକାଲ ନାଳ ୪କିମି ଠାରୁ ମୁଣ୍ଡୁରାଗୁଡା ରାସ୍ତାରେ ପିଚୁ କରା ଯାଇଥିଲା।କାମ ଏତେ ନିମ୍ନ ମାନର ହୋଇଥିଲା ଯେ ପିଚୁ ପଡିବାର ୨୦ଦିନ ପରେ ଗୋଡ଼ରେ ମାଡିଲେ ପିଚୁ ବାହାରି ଯାଉଥିଲା ।ଭଲ ଭାବରେ ସଫା ନକରି ପିଚୁ ପକା ଯାଇଥିବା ଅଭିଯୋଗ ହେଉଛି।ପିଚୁ ପଡିଲା ବେଳେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ନଥିବା ବେଳେ ଗ୍ରାମବାସୀ ଠିକାଦାରଙ୍କୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ । ଏବେ ଅଭିଯୋଗ ପରେ ପିଚୁ କାମ ବନ୍ଦ କରି ଦିଆଯାଇଛି।ହେଲେ କପୁମାଲ ଠାରୁ ମୁଣ୍ଡରାଗୁଡା ଯାଏଁ ରାସ୍ତାରେ ଡବ୍ଲ୍ୟୁଏମଏମ ପକାଇ ଛାଡି ଦିଆ ଯାଇଥିବାରୁ ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହୋଇପଡୁଛି । ରାସ୍ତା ନିର୍ମାଣ ଶେଷ ତାରିଖ ସରିବା ର ଦୁଇ ବର୍ଷ ପରେ ମଧ୍ୟ ରାସ୍ତା କାମ ସରୁନଥିବାରୁ ଠିକାଦାରଙ୍କୁ କାହିଁକି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ଅଭିଯୋଗ ହେଉଛି । ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଥିବା ବେଳେ । ଏଭଳି ରାସ୍ତା ହେବା ଠାରୁ ମାଟି ରାସ୍ତା ଭଲ ଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଭାରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ କନନ ପ୍ରଧାନ କହିଛନ୍ତିଯେ ଅଭିଯୋଗ ପରେ କାମ ବନ୍ଦ କରି ଦିଆଯାଇଛି ଯଦି ଡିଫେକ୍ଟ ହେଇଥିବ ତେବେ ତେବେ ମରାମତି କରାଯିବ ବୋଲି କହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ନିହାର