ଭଦ୍ରକ ଜ଼ିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ
ଭଦ୍ରକ, ୨ ନଭେମ୍ବର (ହି.ସ.) - ଭଦ୍ରକ ଜ଼ିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ନଳାଙ୍ଗସ୍ଥିତ ହୋଟେଲ ହାର୍ଦିକରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକର୍ମ କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ
ZILLASTARIYA MANDIA DIVAS


ଭଦ୍ରକ, ୨ ନଭେମ୍ବର (ହି.ସ.) - ଭଦ୍ରକ ଜ଼ିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ନଳାଙ୍ଗସ୍ଥିତ ହୋଟେଲ ହାର୍ଦିକରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକର୍ମ କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ଜ଼ିଲ୍ଲାପାଳ ଦିଲିପ ରାଉତରାଏ,ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ୍‌, ଜିଲା ପରିଷଦ ମୁଖ୍ୟ ଉନ୍ୟୟନ ଅଧିକାରୀ ଶୁଭେନ୍ଦ୍ର ସାମଲ ଯୋଗ ଦେଇଥିଲେ ।ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ, ସହକାରୀ ନିର୍ଦେଶକ ଉଦ୍ୟାନ କୃଷି ଅଧିକାରୀ ଓ ସମସ୍ତ ବ୍ଲକ ର କୃଷି ଅଧିକାରୀ ମାନେ ଯୋଗ ଦେଇଥିଲେ । ସାଂସଦ କହିଥିଲେ ଯେ ମାଣ୍ଡିଆ ରେ ଅଧିକ କ୍ୟାଲସିୟମ ଏବଂ ବାଜରାରେ ଅଧିକ ଲୌହ, ଅଧିକ ତନ୍ତୁ , କୋଲେଷ୍ଟିଲ୍ କୁ କମାଇବା, ଗହମ, ଚାଉଳ, ମକା, ରେ ତିନି ଗୁଣା ଅଧୂକ ତନ୍ତୁ, ଥୂବା ବେଳେ ସ୍ୱଳ୍ପ ଜଳରେ ଭଲ ଭାବେ ବଢ଼ି ପାରୁଥିବା ପୃଷ୍ଟି ସାର କାଙ୍ଗୁ, ବାଜରା, ସୁଆଁ, କୋଦ, ମାଣ୍ଡିଆ, ଜନ୍ନା, ଖୂରା, ଚିନା, ଆଦି ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ଗୁରୁତ୍ୱ ଆରୋପ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଣ୍ଡିଆ ଚାଷ ର ଅଗ୍ରଗତି ଉପରେ ଚାଷୀ ଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟ କର୍ମ ରେ ବିଭିନ୍ନ ବ୍ଲକ ରୁ ୬୦ ରୁ ଉର୍ଦ୍ଧ ଚାଷୀ ଯୋଗ ଦେବା ସହ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ ।କାର୍ଯ୍ୟକର୍ମ କୁ ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ଦ୍ୱିଜବର ସେଠୀ ସଂଯୋଜନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande