
କେନ୍ଦ୍ରାପଡା, 2 ନଭେମ୍ବର (ହି.ସ.): କେନ୍ଦ୍ରାପଡା ପୈାରାଂଚଳ ର ଇଛାପୁର ରେ ମହା ଆଡମ୍ବର ରେ କାର୍ତିକେଶ୍ୱର ଙ୍କ ପୂଜା ଆରମ୍ଭ ହୋଇ ଯାଇଛି । ଇଛାପୁର ର ୧,୨ ଓ ୩ନଂ ୱାର୍ଡ ମାନଙ୍କରେ ପ୍ରାୟ ୨୦ ରୁ ଅଧିକ କାର୍ତିକେଶ୍ୱର ଙ୍କ ମୃଣୟୀ ମୂର୍ତି ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି । ପ୍ରାୟ ୨୫ ବର୍ଷ ହେବ ପଂଚୁକ ପ୍ରଥମ ଦିବସ ଦଶମୀ ଠାରୁ ପ୍ରତିବର୍ଷ ଏହି ପୂଜା ଆରମ୍ଭ ହୋଇ ୧୦ ଦିନ କାଳ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା, ପ୍ରସାଦ ସେବନ, ହୋମ ଯଜ୍ଞ ଅଦି ପୂଜପାଠ ପାଳନ କରାଯାଇ ଆସୁଅଛି । ଚଳିତ ବର୍ଷ ନଭେମ୍ବର ୧ ତାରିଖ ଠାରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇ ୧୧ ଓ ୧୨ ଦୁଇ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଉଜ୍ଜ୍ୱଳ ରଙ୍ଗ ବେରଙ୍ଗ ଆଲୋକସଜ୍ଜା, ସୁସଜ୍ଜିତ ତୋରଣ ସହିତ ଆଧୁନିକ ଜ୍ଞାନ କୈାଶଳରେ ବିଭିନ୍ନ ମଣ୍ଡପ ଶୋଭା ପାଉଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ଭଜନ ସମାରୋହ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଂଜନ କାର୍ଯ୍ୟକ୍ରମ କରାଯିବାର ବ୍ୟବସା୍ଥ ଅଛି । ବର୍ତମାନ କାର୍ତିକ ପଂଚୁକ ଚାଲି ଥିବାରୁ ଶ୍ରୀ ବଳଦେବଜୀଉଙ୍କ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଦିଅଁ ମାନଙ୍କୁ ଦର୍ଶନ କରିବା ସହ କାର୍ତିକେଶ୍ୱର ମେଢ ଦେଖିବାକୁ ଗହଳି କରୁଥିବା ଦେଖିବାକୁ ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରବି