ବିହାର ନିର୍ବାଚନରେ ହିଂସା ବରଦାସ୍ତ ନୁହେଁ, ଏବେ ସାରା ଦେଶରେ 51 କୋଟି ଭୋଟରଙ୍କ ତାଲିକାର ହେବ ଶୁଦ୍ଧିକରଣ- ମୁଖ୍ୟ ନିର୍ବାଚନ କମିଶନର
କାନପୁର, 2 ନଭେମ୍ବର (ହି.ସ.)- ଆଇଆଇଟି କାନପୁରର ଫାଉଣ୍ଡେସନ୍ ଡେ’ରେ ରବିବାର ଯୋଗ ଦେଇଥିବା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ବିହାର ବିଧାନସଭା ନିର୍ବାଚନରେ ହିଂସା କରିବାକୁ ଯେଉଁମାନେ ଚେଷ୍ଟା କରୁଛନ୍ତି, ସେମାନଙ୍କ ଉପରେ କଡ଼ା ନିୟନ୍ତ୍ରଣ
ବିହାର ନିର୍ବାଚନରେ ହିଂସା     ବରଦାସ୍ତ ନୁହେଁ, ଏବେ ସାରା ଦେଶରେ 51 କୋଟି ଭୋଟରଙ୍କ ତାଲିକାର ହେବ ଶୁଦ୍ଧିକରଣ- ମୁଖ୍ୟ     ନିର୍ବାଚନ କମିଶନର


କାନପୁର, 2 ନଭେମ୍ବର (ହି.ସ.)- ଆଇଆଇଟି କାନପୁରର

ଫାଉଣ୍ଡେସନ୍ ଡେ’ରେ ରବିବାର ଯୋଗ ଦେଇଥିବା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

କହିଛନ୍ତି ଯେ, ବିହାର ବିଧାନସଭା

ନିର୍ବାଚନରେ ହିଂସା କରିବାକୁ ଯେଉଁମାନେ ଚେଷ୍ଟା କରୁଛନ୍ତି, ସେମାନଙ୍କ ଉପରେ କଡ଼ା ନିୟନ୍ତ୍ରଣ ଲଗାଯାଇଛି। କୌଣସି ବ୍ୟକ୍ତି କିମ୍ବା ଦଳକୁ ହିଂସା

କିମ୍ବା ଅରାଜକତା କରିବାକୁ ଦିଆଯିବ ନାହିଁ। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କରାଯାଉଛି ଏବଂ

ମତଦାତାମାନେ ନିର୍ଭୟ ହୋଇ ମତଦାନ କରନ୍ତୁ। ଏବେ ସମଗ୍ର ଦେଶରେ “ଏସଆଇଆର” ଚଳିବ।

ବିହାର ନିର୍ବାଚନରେ ହିଂସା

ସମ୍ବନ୍ଧୀୟ ପ୍ରଶ୍ନରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ,

ବିହାର ବିଧାନସଭା ନିର୍ବାଚନକୁ ନେଇ ଆୟୋଗ ଏକ କଡ଼ା

ମନୋଭାବ ଗ୍ରହଣ କରିଛି। ନିର୍ବାଚନ ଆୟୋଗ ପାଇଁ କେହି ପକ୍ଷ ନୁହେଁ,

କେହି ବିପକ୍ଷ ନୁହେଁ —

ସମସ୍ତେ ସମାନ। ହିଂସାର କୌଣସି କାର୍ଯ୍ୟକଳାପକୁ ବରଦାସ୍ତ

କରାଯିବ ନାହିଁ। ପ୍ରଥମ ପର୍ଯ୍ୟାୟର ମତଦାନ 6 ନଭେମ୍ବରରେ, ଦ୍ୱିତୀୟ ପର୍ଯ୍ୟାୟରେ 11 ନଭେମ୍ବରରେ ହେବ ଏବଂ ମତଗଣନା 14 ନଭେମ୍ବରରେ କରାଯିବ। ନିର୍ବାଚନ

ଆୟୋଗ 243 ରିଟର୍ନିଂ ଅଫିସର, ପର୍ଯ୍ୟବେକ୍ଷକ, ଜିଲ୍ଲାପାଳ ଓ

ପୁଲିସ ଅଧିକାରୀମାନଙ୍କ ଟିମକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଛି। ସେ କହିଛନ୍ତି ଯେ,

ବିହାର ପରେ ଏବେ ସମଗ୍ର ଦେଶର 51 କୋଟି ମତଦାତାଙ୍କ

ତାଲିକାର ଶୁଦ୍ଧିକରଣକାର୍ଯ୍ୟ କରାଯିବ। ଏଥିପାଇଁ ସମସ୍ତ ଆବଶ୍ୟକ ପ୍ରସ୍ତୁତି ହେଉଛି ଏବଂ ଏହା ବିଶ୍ୱସ୍ତରରେ ଏକ ମିସାଲ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande