
କୋରେଇ, ୨୩ ନଭେମ୍ବର (ହି.ସ.)- ପାଣିକୋଇଲି ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ଓଚିନ୍ଦା ରୋଡରେ ଥିବା ସାଇ ମନ୍ଦିର ପରିସରରେ ୧୦୦ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ଓମକାରମ, ସୁପ୍ରଭାତମ, ନଗର ସଙ୍ର୍କିତନମ, ପରେ ଷୋଡଶ ଉପଚାର ପୂଜା, ଲକ୍ଷାର୍ଚ୍ଚନା, ଚତୁର୍ଥ ସଙ୍କଳ୍ପିତ ଭଜନ ଓ ବାଳ ବିକାଶ ପିଲାମାନଙ୍କ ଦ୍ୱରା ସଂଗୀତ ନୃତ କରାଯାଇଥିଲା । ସମସ୍ତଙ୍କୁ ଭଲପାଅ, ସମସ୍ତଙ୍କର ସେବା କର ଶିକ୍ଷାବିତ୍ ତୁହିୟାଂଶୁ ରଥଙ୍କ ଦ୍ୱରା ଆଧ୍ୟାତ୍ମିକ ଆଲୋଚନା କରାଯାଇଥିଲା । ଶ୍ରୀ ସତ୍ୟସାଇ ସଂଗଠନରେ ଯୁବକ ଓ ଯୁବତୀ ମାନଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର କାର୍ତିକ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା କରାଯାଇଥିଲା । ବାଳ ବିକାଶ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ମା ପରି କିଏ ହେବ ପରିବେଷଣ କରାଯାଇଥିବା ବେଳେ ସୁକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମଙ୍ଗଳ ଆରତୀ ସହ ସମୂହ ପ୍ରସାଦ ସେବନ କରାଯାଇଥିଲା । ସନ୍ଧ୍ୟାରେ ମଙ୍ଗଳ ଆଳତୀ କରାଯାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲତିକା ପୃଷ୍ଟି, ସୁରେନ୍ଦ୍ର ସେଠୀ, ବିଦ୍ୟାଧର ଦାସ, ନରୋତମ ଓଝା, ଧର୍ମାନନ୍ଦ ସାହୁ, ସୁକାନ୍ତ ସାହୁ, ସନ୍ତୋଷ ମହାକୁଡ, ସୁଧାଂଶୁ ବାରିକଙ୍କ ସମତେ ପାଣିକୋଇଲି ସାଇ ଭଜନ ମଣ୍ଡଳୀର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ମଧ୍ୟ ଚାଲୁ ରହିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ