
କେନ୍ଦୁଝର, 23 ନଭେମ୍ବର (ହି.ସ.)
ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ କେନ୍ଦୁଝର ଜିଲ୍ଲା ବାସୀଙ୍କ ପକ୍ଷରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ର ପ୍ରତିନିଧି ଦଳୀୟ ନେତା କାର୍ଯ୍ୟକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ ତଥା ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡା. ଫକୀରମୋହନ ନାଏକ, କେନ୍ଦୁଝରଗଡ଼ ପୌରପାଳିକା ଅଧକ୍ଷା ନିକୁ ସାହୁ,ତଥା ଅନ୍ୟ ନେତୃତ୍ୱ ମାନେ ମଞ୍ଚରେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ସଂଯୋଜନା ପୂର୍ବତନ ନଗର ମଣ୍ଡଳ ସଭାପତି ବିଶ୍ୱଜିତ ତ୍ରିପାଠୀ କରିଥିବା ବେଳେ ବିଜେପି ପ୍ରବକ୍ତା ବିରଜା ମିଶ୍ର ମଞ୍ଚ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA