ମନ୍ଦିର ସାମ୍ନାରେ ବୃଦ୍ଧଙ୍କୁ ହତ୍ୟା
ପଟ୍ଟାମୁଣ୍ଡାଇ, ୨୩ ନଭେମ୍ବର (ହି.ସ.)- ମନ୍ଦିର ସାମ୍ନାରେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି l କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ରିଘାଗଡ଼ ଥାନପତି ମନ୍ଦିର ସାମ୍ନାରେ ରବିବାର ଅପରାହ୍ନରେ ଘଟିଛି ଏହି ହତ୍ୟାକାଣ୍ଡ l ମୃତ ବୃଦ୍ଧ ଜଣକ ହେଲେ ବୁଦ୍ଧଦେବ ସାହୁ l ମନ୍ଦିର ଭୋଗ ରନ୍ଧାକୁ ନେଇ ପ୍ର
ମୃତକ ବୁଦ୍ଧଦେବ ସାହୁ


ପଟ୍ଟାମୁଣ୍ଡାଇ, ୨୩ ନଭେମ୍ବର (ହି.ସ.)- ମନ୍ଦିର ସାମ୍ନାରେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି l କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ରିଘାଗଡ଼ ଥାନପତି ମନ୍ଦିର ସାମ୍ନାରେ ରବିବାର ଅପରାହ୍ନରେ ଘଟିଛି ଏହି ହତ୍ୟାକାଣ୍ଡ l ମୃତ ବୃଦ୍ଧ ଜଣକ ହେଲେ ବୁଦ୍ଧଦେବ ସାହୁ l ମନ୍ଦିର ଭୋଗ ରନ୍ଧାକୁ ନେଇ ପ୍ରଥମେ ହୋଇଥିଲା ପାଟିତୁଣ୍ଡ l ପରେ ବୃଦ୍ଧଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ ଦୁର୍ବୃତ l ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଆହତ ବୁଦ୍ଧଦେବଙ୍କୁ ଚିକିତ୍ସା ନିମନ୍ତେ ରାଜନଗର ମେଡିକାଲକୁ ଅଣାଯାଇଥିଲା l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande