ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୮ତମ ଏନସିସି ଦିବସ ପାଳିତ ପ୍ରାଚୀର ପତ୍ରିକା ଉଡାନ ଉନ୍ମୋଚିତ
ବଲାଙ୍ଗୀର, 23 ନଭେମ୍ବର (ହି.ସ.)ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୭୮ତମ ଏନସିସି ଦିବସ ଆଜି ପାଳିତ ହୋଇଯାଇଛି।ପ୍ରାତଃ ୮ଘଣ୍ଟା ସମୟରେ ଏନସିସି କ୍ୟାଡେଟ ମାନେ ସୁସଂଗଠିତ ପେରେଡ,ଡ୍ରିଲ ଓ କମାଣ୍ଡ ପ୍ରଦର୍ଶନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନୂତନ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୮ତମ ଏନସିସି ଦିବସ ପାଳିତ  ପ୍ରାଚୀର ପତ୍ରିକା ଉଡାନ ଉନ୍ମୋଚିତ


ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୮ତମ ଏନସିସି ଦିବସ ପାଳିତ  ପ୍ରାଚୀର ପତ୍ରିକା ଉଡାନ ଉନ୍ମୋଚିତ


ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୮ତମ ଏନସିସି ଦିବସ ପାଳିତ  ପ୍ରାଚୀର ପତ୍ରିକା ଉଡାନ ଉନ୍ମୋଚିତ


ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୮ତମ ଏନସିସି ଦିବସ ପାଳିତ  ପ୍ରାଚୀର ପତ୍ରିକା ଉଡାନ ଉନ୍ମୋଚିତ


ବଲାଙ୍ଗୀର, 23 ନଭେମ୍ବର (ହି.ସ.)ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୭୮ତମ ଏନସିସି ଦିବସ ଆଜି ପାଳିତ ହୋଇଯାଇଛି।ପ୍ରାତଃ ୮ଘଣ୍ଟା ସମୟରେ ଏନସିସି କ୍ୟାଡେଟ ମାନେ ସୁସଂଗଠିତ ପେରେଡ,ଡ୍ରିଲ ଓ କମାଣ୍ଡ ପ୍ରଦର୍ଶନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନୂତନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସରକାରୀ ବଲାଙ୍ଗୀର ମହାବିଦ୍ୟାଳୟର ଅଧ୍ୟକ୍ଷ କୌତୁକ ପନ୍ଦର ଯୋଗଦେଇ ଦ୍ବୀପ ପ୍ରଜ୍ବଳନ କରି ନିଜ ବକ୍ତବ୍ୟରେ ଏନସିସି ରାଷ୍ଟ୍ରପ୍ରେମ ,ଶିଷ୍ଟାଚାର, ସମୟ ନିଷ୍ଠା ଓ ନେତୃତ୍ୱ ଗଢି ତୋଳିବାରେ ଏକ ଅତ୍ୟନ୍ତ ଦୃଢ଼ ମଞ୍ଚ ବୋଲି କହିଥିଲେ।ବିଦ୍ୟାଳୟ ର ଏସୋସିଏଟ ଏନସିସି ଅଫିସର ସୋମ୍ୟାଶ୍ରୀ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ନୂତନ ନାୟକ ନିଜ ବକ୍ତବ୍ୟରେ ଏନସିସି ର ଶିଷ୍ଟାଚାର, ଦେଶଭକ୍ତି, ନେତୃତ୍ୱ ଓ ସମାଜସେବାର ମୂଲ୍ୟବୋଧ ବିଷୟରେ ଉପସ୍ଥିତ କ୍ୟାଡେଟ ମାନଙ୍କୁ ପ୍ରେରଣା ଦାୟକ ଉଦବୋଧନ ଦେଇ ଥିଲେ । ଏସୋସିଏଟ ଏନସିସି ଅଫିସର ସୋମ୍ୟାଶ୍ରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ୟାଡେଟ ମାନେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ୱଚ୍ଛତା ଅଭିଯାନ,ବୃକ୍ଷ ରୋପଣ,ସଡକ ସୁରକ୍ଷା, ରକ୍ତଦାନ ସଚେତନତା ଭଳି ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସଂକଳ୍ପ ନେଲେ। ଏହି ଅବସରରେ ଆୟୋଜିତ କ୍ୱିଜ଼ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ମାନସୀ ରାଣୀ ଦାଶ, ଦ୍ଵିତୀୟ ହର୍ଷିତା ଜାଡେଜା, ଯୁଗ୍ମ ଭାବେ ତୃତୀୟ ସ୍ଥାନ ତପସ୍ୱିନୀ ନାଏକ ଓ ଅଭିପ୍ସା ପତି ଅଧିକାର କରିଥିଲେ। ସେହିପରି ଚିତ୍ରାଙ୍କନରେ ପ୍ରଥମ ପ୍ରିୟା ପୃଷ୍ଟି,ଦ୍ଵିତୀୟ ଶ୍ରୀୟା ଦର୍ଜୀ ଓ ତୃତୀୟ ଇଶା ବହିଦାର,ପ୍ରବନ୍ଧରେ ପ୍ରଥମ ମାନସୀ ରାଣୀ ଦାଶ,ଦ୍ଵିତୀୟ ତପସ୍ୱିନୀ ନାଏକ ଏବଂ ତୃତୀୟ ପ୍ରିୟା ପୃଷ୍ଟି,ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ଦମୟନ୍ତୀ ଖୁଆସ, ଦ୍ଵିତୀୟ ତପସ୍ୱିନୀ ନାଏକ ଓ ତୃତୀୟ ସ୍ଥାନ ସଂସ୍କୃତି ସାହୁ ଅଧିକାର କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ଏହି ଅବସରରେ ଏନସିସି କ୍ୟାଡେଟ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ କୁ ପରିପ୍ରକାଶ କରିବାପାଇଁ ପ୍ରାଚୀର ପତ୍ରିକା ଉଡାନ ଉନ୍ମୋଚନ ହୋଇଥିଲା। ସ୍ୱାଗତ ଭାଷଣ ପ୍ରଜ୍ଞା ପରିମିତା ବଘାର ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷୟତ୍ରୀ ସବିତା ମିଶ୍ର।ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା,ପ୍ରିୟମ୍ବଦା ଦେବ, ସଂଗୀତା ସାହୁ,ସ୍ୱରୂପା ହୋତା, ସ୍ୱରଞ୍ଜିକା ରାଉତ, ଶିକ୍ଷକ ହରି ଖେତୀ, ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଅର୍ଜୁନ ଦାଶ, କର୍ମଚାରୀ କୁନି ନନ୍ଦ ସହଯୋଗ କରିଥିଲେ।ପରେ ପରେ ଏନସିସି ଛାତ୍ରୀ ଆକାଂକ୍ଷା ଷଡ଼ଙ୍ଗୀ, ହିନା ପ୍ରିୟଦର୍ଶିନୀ ବର୍ଗେ,ଶ୍ରୀୟା ଦର୍ଜୀ,ଅନୁ ମଲ୍ଲିକ, ପ୍ରତିଶ୍ରୁତି ସାଗର,ମାନସୀ ରାଣୀ ଦାଶ, ପ୍ରୀତିମୟୀ ଦାଶ,ପ୍ରିୟାଂଶି ପ୍ରିୟଦର୍ଶିନୀ ଦାଶ, ସ୍ୱସ୍ତିକା କୁମାର ଓ ଶିଖା ମିଶ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande