
ଜୟପୁର, ୨୩ ନଭେମ୍ବର (ହି.ସ.)- ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀଭୂଷଣ ଦାଶଙ୍କ ଦ୍ବାରା ଜୟପୁର ଯାଦବ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ନିର୍ବାଚିତ କମିଟି ତା ୦୫.୦୨.୨୦୨୩ ରିଖରେ ହୋଇଥିବା ସ୍ଥଳେ ତା ୦୫.୦୨.୨୦୨୬ ରେ କାର୍ଯ୍ୟକାଳ ସରୁଥିବାରୁ ଏକ ମାସ ପୂର୍ବରୁ ଓଡ଼ିଶା ଅମଲା ସଂଘର ନିର୍ବାଚନ କରିବା ନିମନ୍ତେ ପୂର୍ବ ବୈଠକରେ ସ୍ଥିର କରାଯାଇ ରାଜ୍ୟ ସଂଘକୁ ଅବଗତ କରାଯାଇଥିଲା l ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିଲା lଏନେଇ ଆଜି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ବିଘଟନ କରାଯାଇଥିବା ଶ୍ରୀ ଦାଶ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି, ତା ୩୦.୧୧.୨୦୨୫ ରିଖ ଦିନ ଜୟପୁର ଯାଦବ ଭବନ ଠାରେ ଓଡ଼ିଶା ଅମଲା ସଂଘର ସଦସ୍ୟ ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରାଥିପତ୍ର ଦାଖଲ କରିବା ନିମନ୍ତେ ସ୍ଥିର କରାଗଲା l ଉକ୍ତ ଦିନ ପ୍ରାର୍ଥିପତ୍ର ଯାଞ୍ଚ କରି ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ତା ୧୪.୧୨.୨୦୨୫ ରିଖ ଦିନ ଜୟପୁର ଯାଦବ ଭବନ ଠାରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ନିର୍ବାଚନ ହେବା ନିମନ୍ତେ ସ୍ଥିର କରାଗଲା l ନିର୍ବାଚନ ଅଧ୍ୟକ୍ଷ ଭାବେ ନରେନ୍ଦ୍ର ନାଥ ତ୍ରିପାଠୀ, ସୁନାକର ରାଉତ, କାହ୍ନୁଚରଣ ନାୟକ, ଲକ୍ଷ୍ମୀକାନ୍ତ ଦାଶ୍, ସୁଦର୍ଶନ ସାହୁ ନିର୍ବାଚନ ଅଧିକାରୀ ରୂପେ ଚୟନ କରାଗଲା lଉକ୍ତ ସମ୍ମିଳନୀ ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ସୁନାକର ରାଉତ, ବରିଷ୍ଠ ସଦସ୍ୟ କାହ୍ନୁ ଚରଣ ନାୟକ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସାଙ୍ଗଠନିକ ସମ୍ପାଦକ କୈଳାଶ ସାମନ୍ତରାୟ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସହ ସମ୍ପାଦକ ରାଜେନ୍ଦ୍ର ନାରାୟଣ ପଢ଼ି, ଜଗେନ୍ଦ୍ର ଚୌଧୁରି, ଜଗନ୍ନାଥ ଦାଶ, କାଳିପ୍ରସାଦ ମିଶ୍ର, ବିନାୟକ ପଣ୍ଡା, ତ୍ରିନାଥ ପଣ୍ଡା, ବାଳ ଗୋପାଳ ମିଶ୍ର, ସାନ୍ତୁନୁ ଜେନା ବରିଷ୍ଠ ସଦସ୍ୟଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ lପରିଶେଷରେ ଶ୍ରୀ ଦାଶ ସମସ୍ତ ମିଡିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସମ୍ମିଳନୀ ସାଙ୍ଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି