ଓଡିଶା ମାତୃଶକ୍ତି ପ୍ରଗତି ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳିତ
ମାଲକାନଗିରି, ୨୩ ନଭେମ୍ବର (ହି.ସ.)- ଜିଲ୍ଲା ସଦରମହକୁମା ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶା ମାତୃଶକ୍ତି ପ୍ରଗତି ଫାଉଣ୍ଡେସନର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ଆଜି ପାଳିତ ହୋଇଯାଇଛି। ଏହି ଉତ୍ସବରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି
ଓଡିଶା ମାତ୍ରୁଶକ୍ତି ପ୍ରଗତି ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳିତ।


ଓଡିଶା ମାତ୍ରୁଶକ୍ତି ପ୍ରଗତି ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳିତ।


ମାଲକାନଗିରି, ୨୩ ନଭେମ୍ବର (ହି.ସ.)- ଜିଲ୍ଲା ସଦରମହକୁମା ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶା ମାତୃଶକ୍ତି ପ୍ରଗତି ଫାଉଣ୍ଡେସନର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ଆଜି ପାଳିତ ହୋଇଯାଇଛି। ଏହି ଉତ୍ସବରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲୁ, ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ଵରିଷ୍ଠ ସାମ୍ବାଦିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ଯ ରତ୍ନାକର ଦାଶ ଓ ସଂସ୍ଥାର ନିର୍ଦ୍ଦେଶକ ତଥା ସଂସ୍ଥାପକ ବିଦ୍ଯାଧର ନାୟକ ଯୋଗଦେଇଥିଲେ। ଏଥିରେ ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକର ବ୍ଲକ ଏରିଆ ମ୍ଯାନେଜର, ଫିଲ୍ଡ ଅଫିସର, ଏଜେଣ୍ଟ ଜିଲ୍ଲା ପରିଚାଳକ ଏହିଭଳି ମୋଟ ୭୦୦ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଦେଶକ ତଥା ପରିଚାଳକ ସଂସ୍ଥାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ, ସଂସ୍ଥା ଦ୍ୱାରା ଓଡିଶାର ସମସ୍ତ ମହିଳା ମାନଙ୍କୁ ସ୍ବାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ହେଉଛି ମୁଖ୍ଯ ଉଦ୍ଦେଶ୍ଯ। ସଂସ୍ଥା ଆଗାମୀ ଦିନରେ ନାରୀ ଶିକ୍ଷା, ସ୍ବଚ୍ଛତା, ପରିବେଶ, ପର୍ଯ୍ୟାବରଣ, ସମାଜସେବା, ଦକ୍ଷତା ତାଲିମ, ଜୈବ ପ୍ରଣାଳୀରେ ଚାଷ, ସ୍ବାସ୍ଥ୍ଯ ସେବା ଆଦି କାର୍ଯ୍ୟକୁ ପ୍ରାଧାନ୍ଯ ଦେବ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande