ସାଇରୁଦ୍ର ନର୍ସିଂ କଲେଜ ପକ୍ଷରୁ ରକ୍ତଦାନ ଶିବିର
କେନ୍ଦ୍ରାପଡା, ୨୩ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ନର୍ସିଙ୍ଗ କଲେଜ ସାଇରୁଦ୍ର ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଚେୟାରମ୍ୟାନ ସୁଭାଶିଷ ସ୍ୱାଇଁ ଯୋଗଦେଇ ଅନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ। ଆଜି ସତ୍ୟସାଇ ବାବାଙ୍କ ଜନ୍ମଜୟନ୍
ସାଇରୁଦ୍ର ନର୍ସିଂ କଲେଜ ପକ୍ଷରୁ ରକ୍ତଦାନ ଶିବିର


କେନ୍ଦ୍ରାପଡା, ୨୩ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ନର୍ସିଙ୍ଗ କଲେଜ ସାଇରୁଦ୍ର ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଚେୟାରମ୍ୟାନ ସୁଭାଶିଷ ସ୍ୱାଇଁ ଯୋଗଦେଇ ଅନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ। ଆଜି ସତ୍ୟସାଇ ବାବାଙ୍କ ଜନ୍ମଜୟନ୍ତୀ। ରକ୍ତଦାନ ଏକ ମହତଦାନ। ରକ୍ତଦାନ ଦ୍ୱାରା ଯେଉଁ ରକ୍ତ ସଙ୍କଟ ଦେଖା ଦେଉଛି ତାହାକୁ ଦୂର କରିହେବ ବୋଲି କହିଥିଲେ। ଏହି ଶିବିରରେ ୮୦ୟୁନିଟ ରକ୍ତ ସଂଗ୍ରହ ଯାଜପୁର ମେଡିକାଲର ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ହୋଇଥିଲା।

ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଆଶିଷ ସ୍ୱାଇଁ, ଭାଇସ ଚେୟାରମ୍ୟାନ ରତ୍ନାନଞ୍ଜରୀ ନାୟକ, ମ୍ୟାନେଜିଙ୍ଗ ଡିରେକଟର ବିଶ୍ୱଜିତ ବେହୁରା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସୁମନ୍ତ ଦାସ, ବିଶ୍ୱଜିତ ସାହୁ, ରାଜଲକ୍ଷ୍ମୀ ଦାସ, ସୁପ୍ରିୟା ସାମଲ, ରାଧିକା ମାହାନ୍ତ, ପ୍ରଜ୍ଞାଶୁ ମଲ୍ଲିକ, ପ୍ରଭାତ କୁମାର ବାରିକ, ଯୁଧିଷ୍ଠିର ସାହୁ, ପ୍ରଭାତ କୁମାର ବାରିକ, ପ୍ରଜ୍ଞାଂଶୁବାଳା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande