ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଘରୋଇ ବସ୍, ୫ ପଥଚାରୀ ଗୁରୁତର
ଧର୍ମଶାଳା ,୨୩ ନଭେମ୍ବର (ହି. ସ) - ଆଜି ରବିବାର ସକାଳେ ମର୍ମଦୂତ ସଡ଼କ ଦୁର୍ଘଟଣା । ରାସ୍ତାରେ ଚାଲି ଚାଲି ଯାଉଥିବା ପଥଚାରୀଙ୍କ ଉପରକୁ ମାଡ଼ି ଗଲା ଏକ ଘରୋଇ ବସ୍ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ - ବରୁଆ ମୁଖ୍ୟ ରାସ୍ତା କୁଝାଲା ନିକଟରେ । ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ରୋକ୍ କରା
ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଘରୋଇ ବସ୍, ୫ ପଥଚାରୀ ଗୁରୁତର


ଧର୍ମଶାଳା ,୨୩ ନଭେମ୍ବର (ହି. ସ) - ଆଜି ରବିବାର ସକାଳେ ମର୍ମଦୂତ ସଡ଼କ ଦୁର୍ଘଟଣା । ରାସ୍ତାରେ ଚାଲି ଚାଲି ଯାଉଥିବା ପଥଚାରୀଙ୍କ ଉପରକୁ ମାଡ଼ି ଗଲା ଏକ ଘରୋଇ ବସ୍ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ - ବରୁଆ ମୁଖ୍ୟ ରାସ୍ତା କୁଝାଲା ନିକଟରେ । ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ରୋକ୍ କରା ଯାଇଛି ।

ସୂଚନା ଅନୁଯାୟୀ, ବରୀ ମୁଖ୍ୟ ରାସ୍ତା କୁଝାଲା ନିକଟସ୍ଥ ଧୋବାଗଳି ଛକରେ ଦୁର୍ଘଟଣା ଘଟିଛି। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ୫ ଜଣ ପଥଚାରୀଙ୍କ ଉପରେ ଏକ ଘରୋଇ ବସ୍ ମାଡି ଯାଇଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଛି। ବସକୁ ଜବତ କରି ସଦର ଥାନା ପୁଲିସ ତଦନ୍ତ ଜାରି ରଖିଛି । ସେପଟେ ଘଟଣା ଘଟିବା ପରେ ଉତ୍ୟକ୍ତ ଲୋକେ କୁଆଖିଆ - ବରୀ ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ଵରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande