ହ୍ୟୁମାନ ଙ୍କ ବିୟୋଗ ରେ ଶୋକ
ବଲାଙ୍ଗିର, 23 ନଭେମ୍ବର (ହି.ସ.)ଓଲିଉଡ଼ ଜଗତ ର ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ଟିଟିଲାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ହ୍ୟୁମାନ ସାଗର ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ସଙ୍ଗୀତ ବିଦ୍ୟାଳୟ ପଞ୍ଚମ ରେ ଏକ ଶୋକ ସଭା ପାଳିତ ହୋଇ ଯାଇଛି. ବିଦ୍ୟାଳୟ ବିଭିନ୍ନ ବିଭାଗ ର ଛାତ୍ରଛାତ୍ରୀ, ଅଭିଭାବକ ତଥା ଗୁରୁଜନ ଓ ସ
ହ୍ୟୁମାନ ଙ୍କ ବିୟୋଗ ରେ ଶୋକ


ବଲାଙ୍ଗିର, 23 ନଭେମ୍ବର (ହି.ସ.)ଓଲିଉଡ଼ ଜଗତ ର ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ଟିଟିଲାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ହ୍ୟୁମାନ ସାଗର ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ସଙ୍ଗୀତ ବିଦ୍ୟାଳୟ ପଞ୍ଚମ ରେ ଏକ ଶୋକ ସଭା ପାଳିତ ହୋଇ ଯାଇଛି. ବିଦ୍ୟାଳୟ ବିଭିନ୍ନ ବିଭାଗ ର ଛାତ୍ରଛାତ୍ରୀ, ଅଭିଭାବକ ତଥା ଗୁରୁଜନ ଓ ସଭ୍ୟ ମାନେ ଦିବଂଗତ ଆତ୍ମା ର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରିଥିବା ବେଳେ ଅନୁଷ୍ଠାନ ର ସଭାପତି ତଥା କଳାକାର ମୁରଲି ଧାରି ପତି,ଗୁରୁଃଶ୍ରୀ ଗୌର କିଶୋର ମହାପାତ୍ର,ଶୁଭେନ୍ଦୁ ଜାଲ, ତ୍ରିଦିବେଶ ପଟ୍ଟନାୟକ, କ୍ରିଷ୍ଣା ରାଜ ପତି, ସଂସ୍କାର ସ୍ୱରୂପ ମିଶ୍ର, ସମାନ୍ତ ବେହେରା, ଅଙ୍କିତ ସାହୁ, ସିରିଶା ସୁଭଦର୍ଶିନୀ ପତି, ପ୍ରକାଶ ପଶୟତ, ଚୈତନ୍ୟ ମଟରୀ ମନୋରଞ୍ଜନ ବେହେରା ତାରାକାନ୍ତ ମହଲା ପ୍ରମୁଖ ସୃତି ଚାରଣ କରିଥିଲେ. ସୂଚନା ଯୋଗ୍ୟ ଯେ ହୁ୍ୱମେନ ଅତି ଅଳ୍ପ ବୟସରୁ ସଙ୍ଗୀତ ଜଗତ ରେ ନିଜକୁ ପ୍ରତିଷ୍ଠିତ କରି 4 କୋଟି ଓଡ଼ିଆ ଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ପ୍ରତି ପାଦାନ କରି ପାରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande