
ବଲାଙ୍ଗିର, 23 ନଭେମ୍ବର (ହି.ସ.) ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଜିଲ୍ଲା ଦୌଡ କୁଦ ପ୍ରତିଯୋଗିତା (ଆଥେଲେଟିକ ମିଟ) ଡିସେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ କୁହାଯାଇଛି । ଏହି ପ୍ରତିଯୋତିତାରେ ଭାଗନେବାକୁ ଥିôବା ଜିଲ୍ଲାର ସ୍କୁଲ, କଲେଜ, କ୍ଲବ, କ୍ରୀଡା ଅନୁଷ୍ଠାନ ଏବଂ ଇଚ୍ଛୁକ ଖେଳାଳୀ ମାନେ ନିଜର ବ୍ୟତିଗତ ନାମ,ଜନ୍ମ ପ୍ରମାଣ ପାତ୍ର କିମ୍ବା ଆଧାର କାର୍ଡ ସହିତ ଆସନ୍ତା ଡିସେମ୍ବର ୫ ତାରିଖ ସୁଦ୍ଧା କ୍ରୀଡା ସଂସଦ କାର୍ଯ୍ୟାଳୟ ରେ ପଞ୍ଜିକରଣ କରିବା ପାଇଁ ସାଧାରଣ ସଂପାଦକ ଏବଂ କ୍ରିଡା ସଂପାଦକ ଙ୍କ ସହିତ ଯୋଗଯୋଗ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ