ଜିଲ୍ଲା ବ୍ରାହ୍ମଣ ମହାସଭାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବଲାଙ୍ଗିର, 23 ନଭେମ୍ବର ( ହି.ସ.) ରବିବାର ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମହାସଭାର ସଭାପତିଙ୍କ ଅନୁପସ୍ଥିତି ହେତୁ ଉପ- ସଭାପତି ଶ୍ରୀଯୁକ୍ତ ବିଶ୍ବନାଥ ମିଶ୍ରଙ୍କ ଅଧ୍ଯକ୍ଷତାରେ ବହୁ ନୂତନ ସଦସ୍ଯଙ୍କ ସହିତ କାର୍ଯ୍ଯକାରୀ କମିଟିର ସଦସ୍ଯ ବୃନ୍ଦଙ୍କ ଉପସ୍ଥିତିର
ଜିଲ୍ଲା ବ୍ରାହ୍ମଣ ମହାସଭାର  ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ


ଜିଲ୍ଲା ବ୍ରାହ୍ମଣ ମହାସଭାର  ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ


ବଲାଙ୍ଗିର, 23 ନଭେମ୍ବର ( ହି.ସ.) ରବିବାର ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମହାସଭାର ସଭାପତିଙ୍କ ଅନୁପସ୍ଥିତି ହେତୁ ଉପ- ସଭାପତି ଶ୍ରୀଯୁକ୍ତ ବିଶ୍ବନାଥ ମିଶ୍ରଙ୍କ ଅଧ୍ଯକ୍ଷତାରେ ବହୁ ନୂତନ ସଦସ୍ଯଙ୍କ ସହିତ କାର୍ଯ୍ଯକାରୀ କମିଟିର ସଦସ୍ଯ ବୃନ୍ଦଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା.

ବୈଠକରେ ସଭାପତିଙ୍କ ସମବେତ ଓଁକାର ଧ୍ବନି ସହିତ ସଂପାଦକ ଶ୍ଯାମ ସୁନ୍ଦର ଦାଶଙ୍କ ଦ୍ବାରା ପୂର୍ବ ସଭାରେ ଗୃହୀତ ବିବରଣୀ ଉପସ୍ଥାପନ ପରେ ଆସନ୍ତା *ଡିସେମ୍ବର ୩ ତାରିଖ* ଦିନ *ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିର* ପରିସର ରେ ଶ୍ରୀମଦ୍ଭଗବତ ଗୀତା ଜୟନ୍ତୀ ପାଳନ ଉପରେ ପୁଙ୍ଖାନୁ- ପୁଙ୍ଖ ଆଲୋଚନା କରାଗଲା।

ଶ୍ରୀ କବିରାଜ ହୋତା ସସ୍ତ୍ରୀକ କର୍ତ୍ତାକର୍ତ୍ତ୍ରୀ ଦାୟିତ୍ବ ତୁଲାଇବାକୁ ସ୍ଵତଃସ୍ଫୁର୍ତ୍ତ ଭାବରେ ସ୍ବୀକୃତି ପ୍ରଦାନ କଲେ।ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶ୍ରୀ ବିଶ୍ବନାଥ ମିଶ୍ରଙ୍କ ଦାୟିତ୍ବରେ ଅନ୍ଯ ଏକ ଦମ୍ପତ୍ତି କର୍ତ୍ତା ଦାୟିତ୍ବ ତୁଲେଇବେ। ଏହା ବ୍ଯତୀତ ଅନ୍ଯ ଆଗ୍ରହୀ ସଭ୍ଯମାନେ ସସ୍ତ୍ରୀକ କର୍ତ୍ତାକର୍ତ୍ତ୍ରୀ ହେଇପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା।

ଅନ୍ଯାନ୍ଯ ଅନେକ ସଦସ୍ଯ ହବନଘୃତ, ଆନୁଷଙ୍ଗିକ ଭୋଗ ସାମଗ୍ରୀ, ଆହୁରି ଅନେକ ପୂଜା ଆବଶ୍ୟକ ପଦାର୍ଥ ଦେବାକୁ ସ୍ବୀକୃତୀ ପ୍ରଦାନ କଲେ। ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀ, ପଣ୍ଡିତ ଲକ୍ଷ୍ମୀପ୍ରସାଦ ଚାନ୍ଦ, ପଣ୍ଡିତ ଚନ୍ଦ୍ରଧ୍ବଜ ମିଶ୍ରଙ୍କୁ ପୂଜାକାର୍ଯ୍ଯ ପରିଚାଳନା କରିବାର ଦାୟିତ୍ବ ଅର୍ପଣ କରାଗଲା।

ସମସ୍ତ ସଦସ୍ଯ ସସ୍ତ୍ରୀକ ଜୟନ୍ତୀ ଉତ୍ସବରେ ଯୋଗଦାନ କରିବାର ସ୍ଥିରିକୃତ ହେଲା। ଏଦିନ ସମସ୍ତ ସଦସ୍ଯ ବ୍ରାହ୍ମଣର ପରିଧାନ ଧୋତିକୁର୍ତ୍ତା ଗାମୁଛା ପରିହିତ ହୋଇ ଆସିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।

କବିରାଜ ହୋତାଙ୍କୁ ପାଚକ ଏବଂ ଭୋଗ ସାମଗ୍ରୀ ର ତାଲିକା ପ୍ରସ୍ତୁତି ଦାୟିତ୍ବ ଅର୍ପଣ କରାଗଲା।

ଅବଶିଷ୍ଟ ଆନୁଷଙ୍ଗିକ କାର୍ଯ୍ୟ ଯୋଜନା ଉପରେ ପରବର୍ତ୍ତୀ ବୈଠକରେ ଆଲୋଚନା କରିବାକୁ ସିଦ୍ଧାନ୍ତ ଗୃହୀତ ହେଲା।

ଆଜିକାର ସଭାରେ ସର୍ବଶ୍ରୀ ଧର୍ମସିଂହ ମିଶ୍ର, ଗୋପବନ୍ଧୁ ପୁରୋହିତ, କେଶବ ଚନ୍ଦ୍ର ମିଶ୍ର, କବିରାଜ ହୋତା, ଦାମୋଦର ଓତା, ପଞ୍ଚାନନ ବେଦବାକ, ପ୍ରଭୁଦତ୍ତ ଶତପଥୀ, ବାଳକୃଷ୍ଣ ଷଡଙ୍ଗୀ, ସୁଶାନ୍ତ ପଣ୍ଡା, ଅକ୍ଷୟ ଖମାରୀ, ଉମେଶ ପଣ୍ଡା, ଶରତ କୁମାର ବାବୁ,ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ଲୋକନାଥ ନେପାକ, ଚନ୍ଦ୍ର କୁମାର ପୁରୋହିତ ପ୍ରମୁଖ ଅନେକ ଉତ୍ସାହୀ ବ୍ୟକ୍ତିତ୍ବ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସର୍ବ ଶେଷରେ ସଂପାଦକଙ୍କ ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହେଇଥିଲା।

ସଭାରେ ସାମ୍ବାଦିକ ମହେନ୍ଦ୍ର କୁମାର ଦର୍ଜୀ ଉପସ୍ଥିତ ଥିବାରୁ ସାଧୁବାଦ ଅର୍ପଣ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande