
ମୁଖୀଗୁଡା, ୨୩ ନଭେମ୍ବର (ହି.ସ.)- କଳାହାଣ୍ଡି ଜିଏସଟି ବିଭାଗ ପକ୍ଷରୁ ରବିବାର ଜୟପାଟଣାର ଶ୍ରଦ୍ଧା ଟ୍ରେଡ଼ରରେ ଚଢ଼ଉ କରାଯାଇଛି। ଏହି ଟ୍ରେଡ଼ସରେ ରାଜ୍ୟ ବାହାରୁ ଜିଏସଟି ଫାଙ୍କି ଘର ତିଆରି ସାମଗ୍ରୀ ରଖିଥିବା କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରାଯାଇଥିଲା।
ବାହାର ରାଜ୍ୟରୁ ବିନା ଜିଏସଟି ରେ ଗୋଟିଏ ଟ୍ରକରେ ୧୦୬୦ ଟି ପ୍ଲାଏ ଉଡ ଆଣିଥିବା ବେଳେ ଜିଏସଟି ବିଭାଗ ଚଢ଼ଉ କରି ୧ ଲକ୍ଷ ୪୪ ହଜାର ଟଙ୍କା ଫାଇନ ଲଗାଇଛି। ଏହି ପ୍ଲାଏ ତାମିଲନାଡୁରୁ ଆସିଥିବା ଜଣାପଡିଛି। ଅନ୍ୟପକ୍ଷରେ ଜୟପାଟଣା ଅଞ୍ଚଳରେ ଏଭଳି ବିନା ଜିଏସଟି ଓ ବିନା କାଗଜପତ୍ର ଥିବା ସିମେଣ୍ଟ, ଲୁହା ଛଡ଼ ଭଳି ଘର ତିଆରି ସାମଗ୍ରୀ ବିକ୍ରି ହେଉଥିବା ମଧ୍ୟ ଅଭିଯୋଗ ହେଉଛି।
ହିନ୍ଦୁସ୍ଥାନ ସମାଚାର / ନିହାର