କପିଳେଶ୍ଵର କପିଳନାଥଙ୍କ ସ୍ଵତନ୍ତ୍ର ନୂତନ ରାସ୍ତା ନିର୍ମାଣ ପାଇଁ ଦାବି
ଖୋର୍ଦ୍ଧା, 23 ନଭେମ୍ବର (ହି.ସ.)କପିଳେଶ୍ଵର କପିଳନାଥଙ୍କ ସ୍ଵତନ୍ତ୍ର ନୂତନ ରାସ୍ତା ନିର୍ମାଣ ଦାବିରେ ସେବା ସଙ୍ଗଠନ ପକ୍ଷରୁ ରବିବାର ବାବା ରଘୁକାଳସି ସେବାଶ୍ରମ ସମ୍ମୁଖରେ ଧାରଣା ଦିଆଯାଇଥିଲା।ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପ ବ୍ୟବସ୍ଥା କରିଥିବା ବେଳେ ଆଭାଷି ଜରି
Kapileswar


ଖୋର୍ଦ୍ଧା, 23 ନଭେମ୍ବର (ହି.ସ.)କପିଳେଶ୍ଵର କପିଳନାଥଙ୍କ ସ୍ଵତନ୍ତ୍ର ନୂତନ ରାସ୍ତା ନିର୍ମାଣ ଦାବିରେ ସେବା ସଙ୍ଗଠନ ପକ୍ଷରୁ ରବିବାର ବାବା ରଘୁକାଳସି ସେବାଶ୍ରମ ସମ୍ମୁଖରେ ଧାରଣା ଦିଆଯାଇଥିଲା।ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପ ବ୍ୟବସ୍ଥା କରିଥିବା ବେଳେ ଆଭାଷି ଜରିଆରେ ତା ୨୭.୧୨.୨୦୨୧ ରିଖ କପିଳେଶ୍ୱରସ୍ଥ କପିଳନାଥଙ୍କ ସ୍ଵତନ୍ତ୍ର ରାସ୍ତା ୬୦ ଫୁଟର ଭିତ୍ତି ପ୍ରସ୍ତର କରିଥିଲେ। ପୂର୍ତ୍ତ ବିଭାଗ - ୨ ଏହି କାର୍ଯ୍ୟ ହାତକୁ ନେଇଥିଲେ। ଏଥିରେ ୫୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ପୁରୁଣା ଜାତୀୟ ରାଜପଥ ୩୧୬ ଗଙ୍ଗୁଆ ସେତୁ ଠାରୁ କପିଳେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେବ। ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ୮ ଏକର ୫୦ ଡେସିମିଲି ଜମି ଅଧିଗ୍ରହଣ କରାଯିବ। ଏକ ଏକର ୪୧ ଡେସିମିଲି ଜମିରେ ୨୪ ଜଣ ଜମି ମାଲିକ ସୁନ୍ଦରପଦାର ଅଛନ୍ତି। କପିଳେଶ୍ଵର ମୈ।ଜାର ଏକ ଏକର ୬୦ ଡେସିମିଲି। ଏଥିରେ ୧୭ ଜଣ ଜମି ମାଲିକ ଅଧିଗ୍ରହଣ ଅଛନ୍ତି। ନୂଆଗାଁରେ ୫ ଏକର ୪୯ ଡେସିମିଲି ଜମି ଅଧିଗ୍ରହଣ ହୋଇଛି। ଏଥିରେ ୨୩ ଜଣ ଜମି ମାଲିକ ଅଛନ୍ତି।ଏସବୁ କାର୍ଯ୍ୟ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୈ।ଣସି ସୁଫଳ ମିଳିନାହିଁ । ମାନ୍ୟବର ପୂର୍ବତନ ମନ୍ତ୍ରୀ, ବିଧାୟକ, ସୁରେଶ କୁମାର ରାଉତରାୟ ଏଥି ନିମନ୍ତେ ସାମନ୍ତରାପୁର ନିକଟରେ ଧାରଣା ଦେଇଥିଲେ ମଧ୍ୟ, ଧାରଣା ଧାରଣାରେ ରହିଯାଇଛି।ଜନ ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ କପିଳେଶ୍ୱରର କପିଳନାଥ ମନ୍ଦିର ନିକଟରେ କପିଳନାଥଙ୍କ ସ୍ଵତନ୍ତ୍ର ନୂତନ ରାସ୍ତାର ରାସ୍ତା କେବେ ଏହାକୁ ନେଇ ଧାରଣା ଦିଆଯାଇଥିଲା। ପ୍ରକାଶ ଥାଉ କି, ଖୋର୍ଦ୍ଧା ଜିଲ୍ଲାପାଳ କପିଳନାଥଙ୍କ ଟ୍ରଷ୍ଟ ମିଟିଂ ବର୍ଷେ ହେବ କରିନାହାନ୍ତି। ଏହାର ନୀତିକାନ୍ତି ପାଇଁ ଦୃଷ୍ଟି ଦେଇନାହାନ୍ତି।କପିଳନାଥ ଓ ଲିଙ୍ଗରାଜଙ୍କ ନୀତିକାନ୍ତି ଠିକ୍ କରିବା ପାଇଁ ଶ୍ରୀ ମିଶ୍ର ଅତିରିକ୍ତ ଜିଲ୍ଲାପାଳ ଓ ଏଣ୍ଡାମେଣ୍ଟ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ହାଣ୍ଡି ଭଙ୍ଗା ଯାତ ଓ ଲିଙ୍ଗରାଜଙ୍କ ୧୦ ନୀତି ବନ୍ଦକୁ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରିଛନ୍ତି। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଉଲ୍ଲାସ ଚନ୍ଦ୍ର ମହାପାତ୍ର, ଅଶୋକ କୁମାର ମହାରଣା, ପତନ କୁମାର ସ୍ଵାଇଁ, ସୀତା ରାଉତ, ସ୍ନେହଲତା ମହାପାତ୍ର, ବର୍ଣ୍ଣମାଳା ପାତ୍ର, ବୈଜୟନ୍ତୀ ପାତ୍ର, ରୀନା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande