ଅପହୃତା ନାବାଳିକା ଉଦ୍ଧାର, ଅପହର୍ତା ନାବାଳକ ଅଟକ
କୋରେଇ, ୨୩ ନଭେମ୍ବର (ହି.ସ.)- ପାଣିକୋଇଲି ପୁଲିସ ନାବିଳିକା ଅପହରଣ ମାମଲାରେ ଅପହୃତାକୁ ଉଦ୍ଧାର କରିବା ସହ ଅପହରଣକାରୀ ନାବାଳକକୁ ଅଟକ ରଖି ତଦନ୍ତ ଚଳାଇଛି । ପ୍ରକାଶଯେ, ଗତ ଅକ୍ଟୋବର ୨୯ ତାରିଖ ଯାଜପୁର ସଦର ଥାନା ଅନ୍ତର୍ଗତ ଅଡଂଗ ଗ୍ରାମର ଯେ କି ଏବେ ପାଣିକୋଇଲିରେ ରହୁଛନ୍ତି ନାବାଳିକାକୁ ଅପହର
ଅପହୃତା ନାବାଳିକା ଉଦ୍ଧାର, ଅପହର୍ତା ନାବାଳକ ଅଟକ


କୋରେଇ, ୨୩ ନଭେମ୍ବର (ହି.ସ.)- ପାଣିକୋଇଲି ପୁଲିସ ନାବିଳିକା ଅପହରଣ ମାମଲାରେ ଅପହୃତାକୁ ଉଦ୍ଧାର କରିବା ସହ ଅପହରଣକାରୀ ନାବାଳକକୁ ଅଟକ ରଖି ତଦନ୍ତ ଚଳାଇଛି । ପ୍ରକାଶଯେ, ଗତ ଅକ୍ଟୋବର ୨୯ ତାରିଖ ଯାଜପୁର ସଦର ଥାନା ଅନ୍ତର୍ଗତ ଅଡଂଗ ଗ୍ରାମର ଯେ କି ଏବେ ପାଣିକୋଇଲିରେ ରହୁଛନ୍ତି ନାବାଳିକାକୁ ଅପହରଣ ଅଭିଯୋଗ ପାଣିକୋଇଲି ଥାନାରେ ହୋଇଥିଲା । ଏନେଇ ଏକ ମାମଲା ୩୫୦/୨୫ ରୁଜ୍ଜୁ କରାଯାଇ ତଦନ୍ତଧିକାରୀ ସବଇନ୍ସପେକ୍ଟର ସୁମିତ କୁଜର ଉକ୍ତ ମାମଲାକୁ ଗମ୍ଭିରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ । ଅପହର୍ତା ସଦରଥାନା ଅନ୍ତର୍ଗତ ଛତିସ ଦେବିଲ ଗ୍ରାମର ବୋଲି ଜଣାପଡିବା ପରେ ପୁଲିସ ପିଛା କରିଥିଲା । ଅପହରଣକାରୀ ନାବାଳକ ସମ୍ପୃକ୍ତ ନାବଳିକାକୁ ନେଇ ରାଜସ୍ଥାନର ଜୟପୁରରେ ରହୁଥିଲା । ପୁଲିସ ରାଜସ୍ଥାନର ଜୟପୁର ଯାଇ ଉଭୟଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଉଭୟଙ୍କୁ ଧରି ପୁଲିସ ଥାନାକୁ ଆଣିବା ପରେ ନାବାଳିକାକୁ ଷ୍ଟେହୋମରେ ଛାଡିବା ସହ ନାବାଳକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande