ମା ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠା ନେଇ ପ୍ରସ୍ତୁତି ବୈଠକ
ବଲାଙ୍ଗିର, ୨୩ ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟ ଦେବୀ ମା ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସଭାପତି କଲାକାହ୍ନୁ ସେଠ୍ ସଭାପତିତ୍ୱ କରିଥିଲେ । ପ୍ରଥମେ ମନ୍ଦିର ପୂଜକ ଚେତରାମ ସେଠ୍ ଓ ଛବି ସେଠ୍ ପୂଜର୍ଚ
ମାଁ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପୂର୍ବ ପ୍ରସ୍ତୁତି ବୈଠକ


ବଲାଙ୍ଗିର, ୨୩ ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟ ଦେବୀ ମା ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସଭାପତି କଲାକାହ୍ନୁ ସେଠ୍ ସଭାପତିତ୍ୱ କରିଥିଲେ । ପ୍ରଥମେ ମନ୍ଦିର ପୂଜକ ଚେତରାମ ସେଠ୍ ଓ ଛବି ସେଠ୍ ପୂଜର୍ଚ୍ଚନା କରିଥିଲେ । ଜିଲ୍ଲା ରଜକ ସମାଜ ସମ୍ପାଦକ କିର୍ତ୍ତିଚନ୍ଦ୍ର ସେଠ୍ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ରତ୍ନାକର ସେଠ୍ ମୁଖ୍ୟ ଅତିଥି ଭାବରେ ମଞ୍ଚାସିନ ଥିଲେ ଓ ତାଙ୍କ ସହ ଅନ୍ୟ ସଭ୍ୟବୃନ୍ଦ ଯୋଗଦାନ କରି ବହୁମୂଲ୍ୟ ମତାମତ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ମନ୍ଦିର ପ୍ରତିଷ୍ଠାର ଦିନ ଓ ତାରିଖ ପଣ୍ଡିତ ଅନୂଯାୟୀ ଘୋଷଣା କରାଗଲା । ଆସନ୍ତା୨୫-୧-୨୦୨୬ ରେ ରତ୍ନମୂଦ କାର୍ଯ୍ୟ ଓ ତା:୨୫-୨-୨୦୨୬ରୁ ତା:୧-୩-୨୦୨୬ ପର୍ଯ୍ୟନ୍ତ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଳନ କରାଯିବ । ସେଥିପାଇଁ ଉପସ୍ଥିତ ସଭ୍ୟବୃନ୍ଦ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇ ତାକୁ କାର୍ଯ୍ୟକାରୀ କରିବାକୁ ସମସ୍ତେ ସପଥ ନେଲେ ଓ ପୂର୍ଣ୍ଣ ସହଯୋଗ କରିବାକୁ ଅଣ୍ଟାଭିଡିଲେ । ଜିଲ୍ଲା କୋଷାଧ୍ୟକ୍ଷ ଶେଖର ସେନ୍ ସେଠ୍ ସମସ୍ତଙ୍କୁ ଏକତ୍ରିତ ହୋଇ ମନ୍ଦିର ପ୍ରତିଷ୍ଠା ପାଇଁ ସହେଯୋଗ କାମନା କରିଥିଲେ ଓ ଆଗକୁ କିପରି କାର୍ଯ୍ୟ ତୁଲାଯିବ ଅବଗତ କରାଇ ରସିଦ୍ ବହି ବଣ୍ଟନ କରିଥିଲେ । ମନ୍ଦିର କମିଟି ସମ୍ପାଦକ ଗଦାଧର ସେଠ୍ ମନ୍ଦିରର ରଙ୍ଗ କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ ଓ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିସୃତି ଦେଇଥିଲେ । ଏହି ବୈଠକରେ ପ୍ରତିଷ୍ଠା କାର୍ଯ୍ୟ ତୁଲାଇବାକୁ ଏକ ପରିଚାଳନା କମିଟି ଗଠନ କରାଗଲା। ଉକ୍ତ କମିଟିରେ କିର୍ତ୍ତିଚନ୍ଦ୍ର ସେଠ୍‌, ନୂଆକର ସେଠ୍‌, ସୁଦାମ ସେଠ, ପ୍ରସନ୍ନ ସେଠ୍‌, ଅଶୋକ ସେଠ, ଶ୍ରୀକର ସେଠ୍‌, ବିଜୟ ସେଠ୍‌, ରଞ୍ଜନ ସେଠ୍‌, ଜଗନ୍ନାଥ ସେଠ୍‌, ଓ ସନ୍ତୋଷ ସେଠ୍‌ଙ୍କୁ ଦାୟିତ୍ୱ ଦିଆଗଲା । ବରିଷ୍ଠ ସଭ୍ୟ ଭକ୍ତବନ୍ଧୁ ସେଠ୍‌, ରାଜକିଶୋର ସେଠ୍‌, ଲିଙ୍ଗରାଜ ସେଠ୍‌, ପବିତ୍ର ସେଠ୍‌, ଉତ୍ତମ ସେଠ୍‌, ଲକ୍ଷ୍ମୀପ୍ରସାଦ ସେଠ୍‌, ପିତବାସ ସେଠ୍‌,ବଳରାମ ସେଠ୍‌, ମାୟାଧର ସେଠ୍‌,ଶେଷଦେବ ସେଠ୍ ,ଭୂଜରାଜ ସେଠ୍‌,କାହ୍ନା ସେଠ୍‌ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସମ୍ପାଦକ କିର୍ତ୍ତି ଚନ୍ଦ୍ର ସେଠ୍ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande