
ବଲାଙ୍ଗିର, ୨୩ ନଭେମ୍ବର (ହି.ସ.)- ବଲାଙ୍ଗିର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତରଫରୁ ଆରକ୍ଷୀ ଅଧକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି ଯେ, ଅନେକ ଦିନ ଧରି ବଲାଙ୍ଗିର ଜିଲା ଦେଓଗାଁ ଠାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସହ ହିଂସାଜନିତ ପରିସ୍ଥିତି ସୃଷ୍ଟି ହେବା ଘଟଣାକୁ ନେଇ ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ଅବହେଳା ଏବଂ ଘଟଣାକୁ ଗୁରୁତ୍ଵର ସହ ନନେବା କାରଣରୁ ବର୍ତ୍ତମାନ ଦେଓଗାଁ ଅଞ୍ଚଳ ସମ୍ପୂର୍ଣ ରୂପେ ଅଶାନ୍ତ। ଏହାଛଡ଼ା ଯେଉଁମାନେ ଘଟଣାରେ ସଂପୃକ୍ତ ନାହାନ୍ତି ସେହିଭଳି ନିରୀହ ଜନସାଧାରଣମାନଙ୍କୁ ଗିରଫ କରି ତାଙ୍କୁ ହଇରାଣ କରାଯାଉଛି। ବର୍ତ୍ତମାନ ଦେଓଗାଁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ଏବଂ ଦେଓଗାଁ ଅଞ୍ଚଳ ବର୍ତ୍ତମାନ ପୁରୁଷଶୂନ୍ୟ ଅବସ୍ଥାରେ ଅଛନ୍ତି। ପ୍ରକୃତ ଯିଏ ଦୋଷୀ ଯାହାଙ୍କ ପାଇଁ ଦେଓଗାଁ ଅଞ୍ଚଳରେ ପରିସ୍ଥିତି ଅଶାନ୍ତ ହୋଇଛି ସେ ନିର୍ଭୀକ ଭାବରେ ଦେଓଗାଁ ଅଞ୍ଚଳରେ ରହିଛନ୍ତି । ଲଜ୍ଜାର ବିଷୟ ଦେଓଗାଁ ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ବ୍ୟକ୍ତି ଜଣକ ହେଲେ ଜଣେ ଅନୁପ୍ରବେଶକାରୀ ବାଂଲାଦେଶୀ ତାକୁ ସୁରକ୍ଷା ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ରାଜ୍ୟରୁ ତଥା ଦେଶରୁ ବିତାଡିତ କରିବାର ନିର୍ଦ୍ଦେଶ ଦେବା ସତ୍ତ୍ୱେ ବଲାଙ୍ଗିରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ଘଟଣା ଉପରେ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ଦାବି କରି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ଓଡ଼ିଶା ତରଫରୁ ଏକ ଦାବିପତ୍ର ଆରକ୍ଷୀ ଅଧିକ୍ଷକଙ୍କୁ ଦିଆ ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳ, ରାଜ୍ୟ ଉପ ସଭାପତି ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦକ ଶଙ୍କର୍ଷଣ ଆଚାର୍ଯ୍ୟ, ରାଜ୍ୟ ପ୍ରବକ୍ତା ଦେବାନନ୍ଦ ନାୟକ, ପ୍ରଦୀପ ବେହେରା, ସନତ ପାତ୍ର, ବୁଲୁ ପର୍ଡିଆ ପ୍ରମୁଖ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ