ନାଟ୍ୟମହର୍ଷୀ ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି
ନାଟ୍ୟମହର୍ଷୀ ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି
ନାଟ୍ୟମହର୍ଷୀ ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି


ନାଟ୍ୟମହର୍ଷୀ ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି


ସମ୍ବଲପୁର, ୨୩, ନଭେମ୍ବର (ହି.ସ.) ସମ୍ବଲପୁରର ଅଗ୍ରଣୀ ସାମାଜିକ ସଙ୍ଗଠନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରବିବାର ଦିନ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ନାଟ୍ୟମହର୍ଷୀ ଗୁରୁ ଭଗବାନ ସାହୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ଯାଇଛି । ବୈଠକରେ ଗୁରୁ ଭଗବାନ ସାହୁ ସମ୍ବଲପୁରୀ ନାଟକ ଜରିଆରେ ସାମାଜିକ ପରିବର୍ତ୍ତନ ଆଣିବାରେ ବେଶ୍ ସଫଳ ହୋଇଥିବା ନେଇ ମଞ୍ଚାସୀନ ଅତିଥି ମାନେ ସ୍ମୃତି ଚାରଣ କରିଥିଲେ । ଗୁରୁ ଭଗବାନ ସାହୁ ନିଜ ନାଟକ ଦଳ ଜରିଆରେ ସମ୍ବଲପୁରୀ ଭାଷା, ସମ୍ବଲପୁରୀ ନୃତ୍ୟ ସହ ଅଞ୍ଚଳର ଶାସ୍ତ୍ରୀୟ ନୃତ୍ୟ ସହ ଶବ୍ଦନୃତ୍ୟକୁ ପ୍ରଚାର ପ୍ରସାର କରିଥିବା ବିଷୟରେ ବୈଠକରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ ବିସ୍ତୃତ ଭାବେ ରୋମନ୍ଥନ କରିଥିଲେ । ଏହି ଅବସରରେ ସମ୍ବଲପୁରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ପାଇଁ ଆସନ୍ତା ଡିସେମ୍ବର ୨୦ ଏବଂ ୨୧ ତାରିଖରେ ଆୟୋଜିତ ହେବାକୁ ଥିବା ପଞ୍ଚମ ଜାତୀୟ ସମ୍ବଲପୁରୀ ସମ୍ମିଳନୀର ଆୟୋଜନ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ସମ୍ବଲପୁରୀ ଭାଷାର ବିଶେଷଜ୍ଞ ମାନଙ୍କୁ ନେଇ ଆଲୋଚନା ଚକ୍ର ସହ ସମ୍ବଲପୁରୀ ନୃତ୍ୟ ଗୀତ ଏବଂ ଖାଦ୍ୟପେୟର କାର୍ଯ୍ଯକ୍ରମ ଆୟୋଜନ କରାଯିବା ଉପରେ ଆଲୋଚନା କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀଙ୍କ ସଂଯୋଜନାରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଥମ ନାରାୟଣ ପଣ୍ଡା, ଅମିତାଭ ମାଝୀ, ଆଲୋକ ସାହୁ, ପ୍ରେସିସ ପଣ୍ଡା, ଝୁନୁ ତ୍ରୀପାଠୀ, ପ୍ରଜ୍ଞା ପରିମିତା ସାହୁ, ପଙ୍କଜିନୀ ବୈଠାରୁ, ତୃପ୍ତୀ ପଣ୍ଡା, ଶ୍ରୀମୟୀ ସାହୁ, ସୁନିତା ପତି, ସୁରେନ୍ଦ୍ର ବଗର୍ତ୍ତୀ, ଶିବଶଙ୍କର ନାଥ, ପ୍ରେମ ସାହାଣୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande