ଏନସିସି ଦିବସ ପାଳିତ
ଜୟପୁର, , 23 ନଭେମ୍ବର (ହି.ସ.)ବିଜ୍ରମଦେବ ବିଶ୍ବବିଦ୍ୟାଳୟ ପରିସରରେ ୭୭ତମ ଏନସିସି ଦିବସ ପାଳିତ ହୋଇଯାଇଛି। କୁଳସଚିବ ମହେଶ୍ବର ନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଜାତୀୟ ସମର ଶିକ୍ଷାର୍ଥୀ ବହିନୀଙ୍କୁ ଶୃଙ୍ଖଳାର ଅନ୍ୟନାମ ଏନସିସି ବୋଲି କହିଥିଲେ। ସାରା ଜୀବନ ଏନସିସି ଛାତ୍ର ଛାତ୍ରୀ ଶୃଙ୍ଖ
ଏନସିସି ଦିବସ ପାଳିତ


ଜୟପୁର, , 23 ନଭେମ୍ବର (ହି.ସ.)ବିଜ୍ରମଦେବ ବିଶ୍ବବିଦ୍ୟାଳୟ ପରିସରରେ ୭୭ତମ ଏନସିସି ଦିବସ ପାଳିତ ହୋଇଯାଇଛି। କୁଳସଚିବ ମହେଶ୍ବର ନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଜାତୀୟ ସମର ଶିକ୍ଷାର୍ଥୀ ବହିନୀଙ୍କୁ ଶୃଙ୍ଖଳାର ଅନ୍ୟନାମ ଏନସିସି ବୋଲି କହିଥିଲେ। ସାରା ଜୀବନ ଏନସିସି ଛାତ୍ର ଛାତ୍ରୀ ଶୃଙ୍ଖଳାକୁ ଧାରଣ କରି ଆଗକୁ ଚାଲିଯିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବିକ୍ରମଦେବ ବିଶ୍ବବିଦ୍ୟାଳୟର ଏନସିସି କ୍ୟାଡେଟ୍‌, ସେଣ୍ଟ ଜାଭିୟର ଉଚ୍ଚବିଦ୍ୟାଳୟ, ପ୍ରକାଶ ବିଦ୍ୟାଳୟରର ଏନସିସି କ୍ୟାଡେଟ ପ୍ୟାରେଡରେ ଭାଗ ନେଇଥିଲେ। ଏହି ଅବସରରେ ବକୃତା, ଗୀତ, ରଚନା, ଖେଳ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବାଳକ ବିଭାଗରେ ଶ୍ରେଷ୍ଠ କ୍ୟାଡେଟ ଭାବେ ଯୁବରାଜ ସି˚ ଓ ବାଳିକା ବିଭାଗରେ ସ୍ମୃତି ପ୍ରଭାଗିରି,ସେଣ୍ଟ ଜାଭିୟର ବିଦ୍ୟାଳୟର ଏନ.ତନିସ ଏବ˚ ପ୍ରକାଶ ବିଦ୍ୟାଳୟର ଦେବରାଜ ଦିଆନଙ୍କୁ ଚୟନ କରାଯାଇଥିଲା। ସେହିପରି ଗୌରୀ ମୁଦୁଲିଙ୍କୁ ସରିତା ସମ୍ମାନ ପୁରସ୍କାର ସହ ନଗଦ ୧ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପାତ୍ର ଓ ସିଦ୍ଧାନ୍ତ ନାୟକ ଉପସ୍ଥିତ ରହି କ୍ୟାଡେଟ ମାନଙ୍କୁ ପ୍ରେରଣା ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। କ୍ୟାପଟେନ ଲକ୍ଷ୍ମଣ ପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲେଫ୍ଟନାଣ୍ଟ ସନ୍ତୋଷିନୀ ମୁଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ପଣ୍ତା, ଏମ.ଡି ସରିଫ , ଭାସ୍କର ଆମ୍ମା, ଅଙ୍କିତ ଦିଵାର, ନିଶାନ ପଟ୍ଟନାୟକ, ଦୀପକ ଷଡଙ୍ଗୀ, ଦୁର୍ଗାଚରଣ ସାହୁ, ଅଧ୍ୟାପକ ଡ. ଅରୁଣ କୁମାର ରାଜ, ଅଧ୍ୟାପିକା ସୁକାନ୍ତି ସଏ, ପଲ୍ଲବୀ ନାୟକ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande