ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ


ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ

ବାରିପଦା, ନିଶା ପାଇଁ ସ୍ୱାମୀ-ସ୍ତ୍ରୀ ସଂପର୍କରେ ଲାଗିଲା ରକ୍ତର ଛିଟା। ନିଶାସକ୍ତ ସ୍ୱାମୀର ଆକ୍ରମଣରେ ଲହୁଲୁହାଣ ହେଲା ସ୍ତ୍ରୀ। ରକ୍ତ ରଞ୍ଜିତ ହେଲା ଘର। ଚାଲିଗଲା ସ୍ତ୍ରୀର ଜୀବନ। ହତ୍ୟାକାରୀ ସାଜିଲା ସ୍ଵାମୀ। ଅଗ୍ନିକୁ ସାକ୍ଷୀ ରଖି ଯାହାର ହାତଧରି ସ୍ତ୍ରୀ ଭାବେ ଘରକୁ ନେଇ ଆସିଥିଲା ସେହି ପବିତ୍ର ବନ୍ଧନର ମହତ୍ଵ ରଖିଲାନି ସ୍ଵାମୀ । ନିଶା ପାଇଁ ଉଜୁଡ଼ି ଗଲା ଆଶା ଓ ବିଶ୍ୱାସର ସଂସାର। ଅନାଥ ହୋଇଗଲେ ଦୁଇ ଝିଅ ଏବଂ ନାବାଳକ ସନ୍ତାନ। ଏଭଳି ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ପାଞ୍ଚଗୁଛିଆ ଗ୍ରାମରେ ।

ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ସ୍ୱାମୀର ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ପାଞ୍ଚଗୁଛିଆ ଗ୍ରାମରେ ବେଆଇନ ଭାବେ ଅଧିକାଂଶ ଘରେ ଦେଶୀମଦ ବିକ୍ରି ହେଉଛି । ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଛନ୍ତି । ମଝିରେ ମଝିରେ ମଦ ବେପାରୀମାନେ ମଧ୍ୟ ଗିରଫ ହୋଇ ଜାମିନରେ ଆସି ପୁଣି ମଦ ବେପାର ଜାରି ରଖିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ଶଙ୍କର୍ଷଣ ଧଣିକ ମଦପିଇ ଘରକୁ ନିଶାସକ୍ତ ଅବସ୍ଥାରେ ଫେରିବା ପରେ ସ୍ତ୍ରୀ ରଇବାରୀ ଧଣିକ ସହିତ କୌଣସି ବିଷୟକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ବଢିବାରୁ ଶଙ୍କର୍ଷଣ କ୍ରୋଧର ବଶବର୍ତ୍ତୀ ହୋଇ ଏକ ବାଉଁଶ ବାଡିରେ ସ୍ତ୍ରୀ ରଇବାରୀକୁ ମୁଣ୍ଡ ଓ ଦେହରେ ପିଟି ପିଟି ରକ୍ତାକ୍ତ କରି ଦେଇଥିଲା । ତେବେ ବାପାର ଏଭଳି ଉନ୍ମତ୍ତକାଣ୍ଡ ଦେଖି ଘରେ ଥିବା ନାବଳକ ପୁଅ ଭୟଭୀତ ଅବସ୍ଥାରେ ଥିଲା । ସକାଳୁ ପୋଡଶୀ ଲୋକେ ଖବରପାଇ ପୋଲିସକୁ ଖବର ଦେଇଥିଲେ । ଖବରପାଇ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ହତ୍ୟାକାରୀ ସ୍ଵାମୀ ଶଙ୍କର୍ଷଣ ଧଣିକକୁ ଗିରଫ କରିବା ସଙ୍ଗେ ସଙ୍ଗେ ମାଡ ମାରିଥିବା ବାଉଁଶ ବାଡିକୁ ମଧ୍ୟ ଜବତ କରି ତଦନ୍ତ ଆରମ୍ଭ କରିଛି । ଏଥିସହିତ ପୋଲିସ ଘଟଣାର ଅଧିକ ପ୍ରମାଣ ସଂଗ୍ରହ ପାଇଁ ଫରେନସିକ ଟିମର ସହାୟତା ନେବା ସଙ୍ଗେ ସଙ୍ଗେ ଥାନାରେଏକ ହତ୍ୟା ମାମଲା ରୁଜୁ କରାଯାଇଛି ଏବଂ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପଠାଇଥିବା ଜଣାପଡିଛି। ତେବେ ହତ୍ୟାକାରୀ ଶଙ୍କର୍ଷଣ ଏବଂ ମୃତ ସ୍ତ୍ରୀ ରଇବାରୀଙ୍କ ଦୁଇ ଝିଅ ସହିତ ଗୋଟିଏ ନାବାଳକ ପୁଅ ଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande