ତେଲ ଟ୍ୟାଙ୍କର ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ଖୋର୍ଦ୍ଧା, 23 ନଭେମ୍ବର (ହି.ସ.)ତେଲ ଟ୍ୟାଙ୍କର ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଖଳିସାହି (ରାଜୁଆ ସାହି)ର ଅମରେନ୍ଦ୍ର ପ୍ରସାଦ। ସୁଚନ ମୁତାବକ ରବିବାର ଅମରେନ୍ଦ୍ର ନିଜ ବାଇକ ଯୋଗେ ଖଣ୍ଡପଡ଼ା ଖଳିସାହି (ରାଜୁଆ ସାହି) ସ୍ଥିତ ଘରକୁ ଯାଇଥିବା
ତେଲ ଟ୍ୟାଙ୍କର ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ


ଖୋର୍ଦ୍ଧା, 23 ନଭେମ୍ବର (ହି.ସ.)ତେଲ ଟ୍ୟାଙ୍କର ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଖଳିସାହି (ରାଜୁଆ ସାହି)ର ଅମରେନ୍ଦ୍ର ପ୍ରସାଦ। ସୁଚନ ମୁତାବକ ରବିବାର ଅମରେନ୍ଦ୍ର ନିଜ ବାଇକ ଯୋଗେ ଖଣ୍ଡପଡ଼ା ଖଳିସାହି (ରାଜୁଆ ସାହି) ସ୍ଥିତ ଘରକୁ ଯାଇଥିବା ସମୟରେ ତାଙ୍କ ବାଇକକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅମାରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ପରିବାର ଲୋକେ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande