
ଭୁବନେଶ୍ୱର, 23 ନଭେମ୍ବର (ହି.ସ.) 24 ନଭେମ୍ବର ସୋମବାର ସକାଳ ୧୦. ୩୦ ସମୟରୁ ଭୁବନେଶ୍ୱର ୟୁନିଟ ୨ ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରିବେ l ଗତ ସେପ୍ଟେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ କରିଥିଲେ, ଏହି ଶୁଣାଣି ସେମାନଙ୍କ ପାଇଁ ଉଦ୍ଦିଷ୍ଟ l ସେମାନଙ୍କୁ ଆଉ ପୁନଃ ପଞ୍ଜୀକରଣର ଆବଶ୍ୟକତା ନାହିଁ l ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ