
ପଟ୍ଟାମୁଣ୍ଡାଇ, ୨୩ ନଭେମ୍ବର (ହି.ସ.)- ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଞ୍ଚାୟତ ନିଗିନପୁର ନୃସିଂହଜୀଉ ନୋଡାଲ ବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଯୁବ ସମାଜ ଓ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ, ଏଚଡିଡିସି ବ୍ୟାଙ୍କ୍ ପଟ୍ଟାମୁଣ୍ଡାଇ ଓ ସମ୍ବାଦ ଆମ ଓଡ଼ିଶା ମିଳିତ ସହଯୋଗରେ ଏକ ନିଆରା ଢଙ୍ଗରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି । ମୁଖ୍ୟ ଅତିଥି ଶ୍ରୀକାନ୍ତ କୁମାର ବାରିକ ଆଇଆଇସି ଗ୍ରାମାଞ୍ଚଳ ଥାନା ପଟ୍ଟାମୁଣ୍ଡାଇ ଓ ସମ୍ମାନିତ ଅତିଥି ବୃନ୍ଦ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦମନ ମହାନ୍ତି, ମୋହନ ମହାରଣା, ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ, ସଂଜରିଆ ଗ୍ରାମ ସରପଞ୍ଚ ନିରାକାର ନାୟକ। ବିଶିଷ୍ଟ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ ଓ ସୁଧାଂଶୁ ତ୍ରିପାଠୀ ଓ ଅନ୍ୟ ବୁଦ୍ଧିଜୀବୀ ବିଜୟ ଜେନା ଓ ଏଚଡିଏଫସି ବ୍ୟାଙ୍କ ପଟ୍ଟାମୁଣ୍ଡାଇର ସଦସ୍ୟ ରୋଜାଲିନ ସାହୁ ପ୍ରତୀକ୍ଷା ଜେନା। ପଣ୍ଡିତ କବି ପ୍ରମୋଦ ତ୍ରିପାଠୀ, ସଞ୍ଜୀବ କୁମାର ତରାଇ,ଚିତ୍ତରଞ୍ଜନ ମିଶ୍ର, ମହେଶ୍ୱର ପ୍ରଧାନ, ସୁଧାଂଶୁ ଶେଖର ପ୍ରଧାନ, ସୁଲେଖ ପ୍ରଧାନ, ବାଦଲ କୁମାର ଦାସ, ହେମନ୍ତ କୁମାର ରାଉତ, ଜୟନ୍ତ ସାହୁ, ନୟନ ଗିରି, ସ୍ବାମୀ ବିବେକାନନ୍ଦ ଯୁବସମାଜ ସଭାପତି ନିହିର କାନ୍ତ ନାୟକ, ଉପସଭାପତି ରତିକାନ୍ତ ରାଉତ, ସମ୍ପାଦକ ବିଭୂତି କୁମାର ପ୍ରଧାନ, ଉପଦେଷ୍ଟା ମଳୟ ରଞ୍ଜନ ବାରିକ, ବରିଷ୍ଠ ଉପଦେଷ୍ଟା ଆଲୋକ କୁମାର ଦାସ ଓ ସରୋଜ କାନ୍ତି ସାହାଣୀ, ସାଗର ସୂତାର, ବେଦଜ୍ୟୋତି ଦାସ, ଦେବାଶିଷ ଜେନା, ସୁଦର୍ଶନ ସ୍ବାଇଁ, ତ୍ରିଲୋଚନ ସାହୁ, ମନୋରଞ୍ଜନ ସାହୁ, ଗୌତମ କୁମାର ସାହୁ, ମୃତ୍ୟୁଞ୍ଜୟ ଜେନା, ଅନିଲ କୁମାର ଦାସ, ସୂର୍ଯ୍ୟକାନ୍ତ ତ୍ରିପାଠୀ, ସୁବାସ ପ୍ରଧାନ, ମଦନ କୁମାର ଦାସ, ଭବାନୀ ଶଙ୍କର ଗିରି ଓ ଅତିରିକ୍ତ ସଭାପତି ସଂଗ୍ରାମ କୁମାର ଦାସ, ବୁଲୁ ଦାସ , ବାବୁଲ୍ ଆଦି ପ୍ରମୁଖ ଉପସ୍ଥିତ ଥିଲେ। ସନଜରିଆ, ଅରଡପଲ୍ଲୀ, ଗଙ୍ଗାରାମ ପୁର ଗ୍ରାମପଞ୍ଚାୟତ ସମେତ ସ୍ଥାନୀୟ ଅଞ୍ଚଳର ସ୍ଵେଚ୍ଛାସେବୀ ଓ ବୁଦ୍ଧିଜୀବୀ ଏବଂ ଏସଏଚଜି ସ୍ଵୟଂ ସହାୟକ ମହିଳା ମଧ୍ୟ ସାମିଲ ହୋଇଥିଲେ l
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ