ଜନ୍ମୋତ୍ସବ ଅବସରରେ ସାପ୍ତାହିକ ଭାଗବତ ପାରାୟଣ ପ୍ରଥମ ଦିବସ
କେନ୍ଦୁଝର, ୨୩ ନଭେମ୍ବର (ହି.ସ.)- ହାଟଡିହି ବ୍ଲକ ଅନ୍ତର୍ଗତ ଛେନାପଦୀ ନିବାସୀ ଯୁବରାଜ ସାମଲ ଏବଂ ତାଙ୍କର ଧର୍ମପତ୍ନୀ ଦେବିକା ଖୁଣ୍ଟିଆଙ୍କ ପରମ ଆରାଧ୍ୟ ଗୁରୁଦେବ ଭଗବାନ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମ ଜୟନ୍ତୀ ତଥା ତାଙ୍କର ଗେହ୍ଲା ପୁଅ ଆୟୁଷ୍ମାନ ସାଇୟମ୍ ର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ ଅବସରରେ
ଜନ୍ମୋତ୍ସବ ଅବସରରେ ସାପ୍ତାହିକ ଭାଗବତ ପାରାୟଣ ପ୍ରଥମ ଦିବସ


କେନ୍ଦୁଝର, ୨୩ ନଭେମ୍ବର (ହି.ସ.)- ହାଟଡିହି ବ୍ଲକ ଅନ୍ତର୍ଗତ ଛେନାପଦୀ ନିବାସୀ ଯୁବରାଜ ସାମଲ ଏବଂ ତାଙ୍କର ଧର୍ମପତ୍ନୀ ଦେବିକା ଖୁଣ୍ଟିଆଙ୍କ ପରମ ଆରାଧ୍ୟ ଗୁରୁଦେବ ଭଗବାନ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମ ଜୟନ୍ତୀ ତଥା ତାଙ୍କର ଗେହ୍ଲା ପୁଅ ଆୟୁଷ୍ମାନ ସାଇୟମ୍ ର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ ଅବସରରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଭାଗବତ ଗାଦି ପୂଜାର୍ଚ୍ଚନା କରି ସାପ୍ତାହିକ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ମୁଖ୍ୟ କର୍ତ୍ତା ଯୁବରାଜ ସାମଲ ଏବଂ ତାଙ୍କର ସହଧର୍ମିଣୀ ଦେଵିକା ଖୁଣ୍ଟିଆଙ୍କ ସହଯୋଗରେ ପଣ୍ଡିତ ନନ୍ଦ କିଶୋର ଦାଶ ସୂର୍ଯ୍ୟପୂଜା, ଗୁରୁ ପୂଜା, ଗୋ ପୂଜା ତଥା ବୃନ୍ଦାବତୀଙ୍କ ପୂଜା କରି ଭାଗବତ ଗାଦି ପୂଜାର୍ଚ୍ଚନା କଲେ । କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତ ପାରାୟଣ ଶୁଭାରମ୍ଭ କରିବା ପରେ ପଣ୍ଡିତ ନନ୍ଦ କିଶୋର ଦାଶ, ହରିଚନ୍ଦନପୁର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ଉପଦେଷ୍ଟା ପାରେଶ୍ଵର ବେହେରା, ଆନନ୍ଦପୁର ସାଇ ସେବାସମିତି ସେବିକା ଜ୍ୟୋସ୍ନାରାଣୀ ଧଳ,ଭାତକରୁଆ ସତ୍ୟସାଇ ଭାଗବତ ଟୁଙ୍ଗିର ସୁଭଦ୍ରା ସ୍ୱାଇ ଓ ଦେବୀକା ଖୁଣ୍ଟିଆ ଭାଗବତ ପାରାୟଣ କଲେ ।

ଏଥିରେ ସାବିତ୍ରୀ ସାମଲ , କୃପାସିନ୍ଧୁ ସାମଲ, ଯୁବରାଜ ସାମଲ,କଲ୍ୟାଣୀ ସାମଲ, ରତିକାନ୍ତ ସାମଲ, ନିରୁପମା ସାମଲ, ଦିଲୀପ ସମାଲ, ବୀଣାପାଣି ସାମଲ ଓ ସୋନାଲି ,ମୁନାଲି ତଥା ଶ୍ରଦ୍ଧା ପ୍ରମୁଖ ଶ୍ରଦ୍ଧା ଓ ଭକ୍ତିର ସହିତ ଭାଗବତ ଶ୍ରବଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande