
ଜୟପୁର, 23 ନଭେମ୍ବର (ହି.ସ.) ଜୟପୁର ଠାରେ ସତ୍ୟ ସାଇବାବା ଙ୍କ ଶହେ ତମ ଜୟନ୍ତି ପାଳିତ ହୋଇଛି । ଜୟପୁର ମିଲ ସାହି ସ୍ଥିତ ସତ୍ୟ ସାଇ ବାବା ମନ୍ଦିର ଠାରୁ ଆଜି ଭୋର ୪ଟା ୪୫ ମିନିଟ ସମୟରେ ନଗର ସଂକିତ୍ତନ କରାଯାଇଥିଲ।। ସକାଳ ୬ଟାରେ ପବିତ୍ର ପତକା ଉତ୍ତୋଳନ କରାଯାଇଥିଲା ୮ଟା ୩୦ ମିନିଟ ସମୟରେ ସୋଭାଯାତ୍ରା ସହ ପାଲିଙ୍କି ସେବା କରାଯାଇଥିଲା । ଏକ ଶୋଭାଯାତ୍ରା ବାହାରି ଥିଲା । ସତ୍ୟ ସାଇଙ୍କ ଏକ ବିରାଟ ଫୋଟ ଚିତ୍ର କୁ ଧରି ନଗର ପରିକ୍ରମା କରାଯାଇଥିଲା । ଦିନ ୧୧ ଟାରେ ପରେ ମନ୍ଦିରରେ ଶ୍ରୀ ସାଇ ସତ୍ୟ ନାରାୟଣ ପୁଜା ସହ ପ୍ରସାଦ ସେବନ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ସଂନ୍ଧ୍ୟାରେ ଶହେଟି ଦୀପ ପ୍ରଜ୍ୱଳନ କରିବା ସହ ଶହେ ମିନିଟ ଭଜନ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ସତ୍ୟ ସାଇ ସେବା ସମିତି ତରଫରୁ ସବୁ ବ୍ୟବସ୍ଥା କରାଯାଇଥିଲା । ଏହା ସହ ସ୍ୱତନ୍ତ୍ର ଭଜନ, ଜନ୍ମ ଦିବସର ଗୀତ, ଝୁଲା ଉତ୍ସବ ଆଦି କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ମଙ୍ଗଳ ଆଳତି କରାଯାି କାଯ୍ୟକ୍ରମ ଶେଷ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି