୨୪ ତାରିଖରେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ
କେନ୍ଦ୍ରାପଡା, ୨୩ ନଭେମ୍ବର (ହି.ସ.)- ଆସନ୍ତା ୨୪ ତାରିଖ ସୋମବାର ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର। ଏନେଇ ସକାଳ ଆଠଟା ରୁ ଦିନ ବାରଟା ଚାରି ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ୨୪ ତାରିଖ ସୋମବାର ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି କରାଯିବ। ଜୟ ମଙ୍ଗଳା ଆଳତି ପରେ ଚିତ୍ରକର ସେବକ ରତ୍
ଅସନ୍ତା ୨୪ ତାରିଖରେ ଶ୍ରୀ ବଳଦେବଜୀଉଙ୍କ ଦର୍ଶଣ ୪ ଘଣ୍ଟା ବନ୍ଦ


କେନ୍ଦ୍ରାପଡା, ୨୩ ନଭେମ୍ବର (ହି.ସ.)- ଆସନ୍ତା ୨୪ ତାରିଖ ସୋମବାର ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର। ଏନେଇ ସକାଳ ଆଠଟା ରୁ ଦିନ ବାରଟା ଚାରି ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ୨୪ ତାରିଖ ସୋମବାର ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି କରାଯିବ। ଜୟ ମଙ୍ଗଳା ଆଳତି ପରେ ଚିତ୍ରକର ସେବକ ରତ୍ନ ସିଂହାସନକୁ ଯାଇ ମହାପ୍ରଭୁଙ୍କ ଏହି ଶ୍ରୀଅଙ୍ଗ ସେବା କାର୍ଯ୍ୟ ତୁଲାଇବେ। ଏହା ସମୂର୍ଣ୍ଣ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ସକାଳ ଆଠଟାରୁ ଦିନ ବାରଟା ଚାରି ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande