ସୁକତେଲ ନଦୀରୁ ନରକଙ୍କାଳ ଉଦ୍ଧାର ଘଟଣା : ଆଜି ଡିଏନଏ ପରୀକ୍ଷା ପାଇଁ ପଠାଯିବ
ବଲାଙ୍ଗିର, ୨୩ ନଭେମ୍ବର (ହି.ସ.)- ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁମିଆପାଲି ଗ୍ରାମ ନିକଟ ସୁକତେଲ ନଦୀରୁ ଗତକାଲି ଏକ ନରକଙ୍କାଳ ଉଦ୍ଧାର ହୋଇଛି । ତେବେ ଏହି ନରକଙ୍କାଳଟି କାହାର ତାହା ଅଦ୍ୟାବଧି ଜଣାପଡିନାହିଁ । ଶନିବାର ସ୍ଥାନୀୟ ଲୋକେ ନଦୀରେ ଏହି କଙ୍କାଳ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।
ସୁକତେଲ ନଦୀରୁ ନରକଙ୍କାଳ ଉଦ୍ଧାର ଘଟଣା : ଆଜି ଡିଏନଏ ପରୀକ୍ଷା ପାଇଁ ପଠାଯିବ


ବଲାଙ୍ଗିର, ୨୩ ନଭେମ୍ବର (ହି.ସ.)- ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କୁମିଆପାଲି ଗ୍ରାମ ନିକଟ ସୁକତେଲ ନଦୀରୁ ଗତକାଲି ଏକ ନରକଙ୍କାଳ ଉଦ୍ଧାର ହୋଇଛି । ତେବେ ଏହି ନରକଙ୍କାଳଟି କାହାର ତାହା ଅଦ୍ୟାବଧି ଜଣାପଡିନାହିଁ । ଶନିବାର ସ୍ଥାନୀୟ ଲୋକେ ନଦୀରେ ଏହି କଙ୍କାଳ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଦର ଥାନା ପୋଲିସ ସାଇଂଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଂଚି ଏହି ନର କଙ୍କାଳକୁ ଉଦ୍ଧାର କରିଛି । ଏହାର ଡିଏନଏ ପରୀକ୍ଷା ପାଇଁ ଆଜି ପଠାଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ଦୁଇ ମାସ ତଳେ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁର ଜଣେ ଯୁବକ ସୁକତେଲ ନଦୀରେ ବୁଡି ନିଖୋଜ ଥିଲେ । ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିନାହିଁ । ଏପରି ସ୍ଥିତିରେ ନଦୀରୁ ନରକଙ୍କାଳ ଉଦ୍ଧାର ହେବା ପରେ ତାହା ସମ୍ପୃକ୍ତ ଯୁବକଙ୍କ କଙ୍କାଳ ବୋଲି ସନ୍ଦେହ କରାଯାଉଛି । ତେବେ ଡିଏନଏ ପରୀକ୍ଷା ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande