ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଉପଲକ୍ଷେ ଶାକ୍ତସ୍ୱର ସ୍ମରଣିକା ପ୍ରକାଶନ କମିଟିର ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର, ୨୩ ନଭେମ୍ବର (ହି.ସ.)- ଆଜି ପୂର୍ବାହ୍ନ ୧୦ଟା ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସ୍ଥିତ କକ୍ଷରେ ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଉପଲକ୍ଷେ ଶାକ୍ତସ୍ୱର ସ୍ମରଣିକା ପ୍ରକାଶନ କମିଟିର ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁର
ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଉପଲକ୍ଷେ ଶାକ୍ତସ୍ୱର ସ୍ମରଣିକା ପ୍ରକାଶନ କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।


ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଉପଲକ୍ଷେ ଶାକ୍ତସ୍ୱର ସ୍ମରଣିକା ପ୍ରକାଶନ କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।


ସୁବର୍ଣ୍ଣପୁର, ୨୩ ନଭେମ୍ବର (ହି.ସ.)- ଆଜି ପୂର୍ବାହ୍ନ ୧୦ଟା ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସ୍ଥିତ କକ୍ଷରେ ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଉପଲକ୍ଷେ ଶାକ୍ତସ୍ୱର ସ୍ମରଣିକା ପ୍ରକାଶନ କମିଟିର ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡଃ. ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ଶାକ୍ତସ୍ୱର ସ୍ମରଣିକା ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକାଶନ କରାଯିବ ସେଥିପାଇଁ ଇଛୁକ କବି, ଲେଖକ, ଗାଳ୍ପିକ, ପ୍ରାବନ୍ଧିକ ଓ ଐତିହାସିକ ମାନଙ୍କ ଠାରୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କିତ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟ ଉପରେ ଗବେଷଣାତ୍ମକ ଲେଖା ଏ୪ ସାଇଜ କାଗଜ ବା (A4 size paper) ରେ ତିନି ରୁ ପାଞ୍ଚ ପୃଷ୍ଠା ବିଶିଷ୍ଟ ଲେଖା ଉଭୟ ପିଦିଏଫ (PDF) ଓ ୱାର୍ଡ ଫାଇଲ ଆକାରରେ districtculture.subarnapur@gmail.com ଇମେଲ ଠିକଣାରେ ଆଗାମୀ ତା ୧୦.୧୨.୨୦୨୫ ସୁଦ୍ଧା ପଠାଇବା ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଗଲା। ନିର୍ଦ୍ଧାରିତ ତାରିଖ ପରେ ହସ୍ତଗତ ହୋଇଥିବା ସମସ୍ତ ଲେଖା ଗୁଡ଼ିକକୁ ପ୍ରକାଶନ ପାଇଁ ବିଚାରକୁ ନିଆଯିବ ନାହିଁ। ନିର୍ଦ୍ଧାରିତ ସମୟ ମଧ୍ୟରେ ହସ୍ତଗତ ହୋଇଥିବା ସମସ୍ତ ଲେଖାଗୁଡ଼ିକ ସ୍ମରଣିକା ପ୍ରକାଶନ କମିଟି ଦ୍ବାରା ଅନୁମୋଦନ କ୍ରମେ ସ୍ମରଣିକାରେ ପ୍ରକାଶନ କରାଯିବ। ଯେଉଁ ଲେଖା ଗୁଡ଼ିକ ପ୍ରକାଶିତ ହୋଇ ପାରିବ ନାହିଁ, ସେଗୁଡିକ ସଂପୃକ୍ତ ଲେଖକଙ୍କୁ ଫେରସ୍ତ ଦିଆଯିବ ନାହିଁ। ଏଣୁ ଏହି ଅବସରରେ ସମସ୍ତ ଇଛୁକ କବି, ଲେଖକ, ଗାଳ୍ପିକ, ପ୍ରାବନ୍ଧିକ ଓ ଐତିହାସିକ ମାନଙ୍କ ଠାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ଲେଖା ଉପରୋକ୍ତ ଇମେଲ ଠିକଣାରେ ପଠାଇବା ପାଇଁ ସ୍ମରଣିକା ପ୍ରକାଶନ କମିଟି ତରଫରୁ ଅନୁରୋଧ କରାଗଲା।

ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ସମ୍ପାଦକ, ସ୍ମରଣିକା, ଶାକ୍ତସ୍ୱର ସୌରଭ କୁମାର ଖମାରୀ ଓ ସହ ସମ୍ପାଦକ, ସୁଦାମ ନାୟକଙ୍କ ସମେତ ସ୍ମରଣିକା ପ୍ରକାଶନ କମିଟି ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୁବର୍ଣ୍ଣପୁର ବୈଠକ ସଞ୍ଚାଳନ କରିଥିଲେ। ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande