
କନ୍ଧମାଳ, ୨୩ ନଭେମ୍ବର (ହି.ସ.)- ସ୍ୱାସ୍ଥ୍ୟ ସେବାରେ ଉନ୍ନତି ସହ ସାଧାରଣ ଜନତାଙ୍କୁ ସଚେତନତା ନିମନ୍ତେ କନ୍ଧମାଳ ନାଗରିକଙ୍କ ସହ ଗତ ଶନିବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ ଚିକିତ୍ସାଧିକାରୀଙ୍କର ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଆଲୋଚନା ଆରମ୍ଭରେ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ଫୁଲବାଣୀ ଡାକ୍ତରଖାନାରେ ମ୍ୟୁଜିକ୍ ଥେରାପି, ଅଖଣ୍ଡ ଦୀପ ସ୍ଥାପନା ସହ ସମସ୍ତଙ୍କ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା ଆଦି ନୂଆ ପ୍ରୟୋଗର ପ୍ରଶଂସା କରିବା ସହ ଜନ ସହଭାଗିତା ଦ୍ୱାରା ଏହା ଅଧିକ ପ୍ରଭାବଶାଳୀ ହୋଇଥିବା ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ ସଂଗଠନର ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତ ପ୍ରକାଶ କରଥିଲେ। ଏଥିରେ ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାଢ଼ୀ ଆଲୋଚନା ଅବସରରେ ନାଗରିକ ସମାଜର ଅନେକ ପ୍ରସ୍ତାବ କାର୍ଯ୍ୟକାରୀ କରିବାପାଇଁ ସହମତି ପ୍ରକାଶ କରଥିଲେ । ଫୁଲବାଣୀ ଚିକିତ୍ସାଳୟ ପରିସରରେ ପେପର୍ କପ୍ ରେ ଚା ପିଇବାର ଖରାପ ପ୍ରଭାବ ସଂପର୍କରେ ସଚେତନତା ନିମନ୍ତେ ଯେ କୌଣସି ସରକାରୀ କାର୍ଯ୍ୟକ୍ରମ, ରୋଗୀ ଓ ତାଙ୍କ ସହାୟତା ପାଇଁ ଆସୁଥିବା ସହଯୋଗୀ ଯେପରି ପେପର୍ କପ୍ ରେ ଥିବା କେମିକାଲ ସଂପର୍କରେ ସଚେତନ ହେବେ, ସେଥିପାଇଁ ଆଗାମୀ ଜାନୁଆରୀ ଏକ ତାରିଖ ଠାରୁ ଡାକ୍ତରଖାନା ପରିସରରେ ପେପର୍ କପ୍ ବର୍ଜନ କରିବା ପାଇଁ ନିଷ୍ପତି ନିଆଯିବା ସହ ମାଟି କପ୍ ର ବ୍ୟବହାର କୁ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି। ଏହା ଦ୍ବାରା କାଗଜ କପ୍ ରେ ଚା ପିଉଥିବା ଲୋକେେ, ଏହିିକପ୍ ଭିତରେ ଥିବା ମହମର ସ୍ତରର ପ୍ରଭାବରୁ ବଞ୍ଚିବା ସହ ଏହି କପ୍ ସବୁ ପରିବେଶକୁ ଆବର୍ଜନା ମୟ କରୁଛି। ଏଥିି ସହ ଦୀର୍ଘ
ଦିନ ଧରି ନିଜର ଜୀବିକା ଓ ମୃତ୍ରିକା କଳା ରେ ବିଭିନ୍ନ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ ତିଆରି କରୁଥିବା କୁମ୍ଭକାର ମାନଙ୍କ ପାଇଁ ଜୀବିକା ନିର୍ବାହରେ ଏହା ସହାୟକ ହେବ ବୋଲି କନ୍ଧମାଳ ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାଢ଼ୀ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ