ସୁବର୍ଣ୍ଣପୁର ଠାରେ ସ୍ୱଚ୍ଛ ଭାରତ  ଅଭିଯାନ କାର୍ଯ୍ଯକ୍ରମରେ ଯୋଗଦେଲେ ମନ୍ତ୍ରୀ ରବି ନାୟକ, ସ୍ବେଛାସେବୀଙ୍କୁ ଉତ୍ସାହିତ କଲେ
ସୁବର୍ଣ୍ଣପୁର, ୨୩ ନଭେମ୍ବର (ହି.ସ.)- ସୁବର୍ଣ୍ଣପୁର ରୟାଲ ପଡିଆ ନିକଟସ୍ଥ ଶ୍ରୀ ବାଲାଜୀ ହନୁମାନ ମନ୍ଦିର ଠାରେ ସ୍ଵଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସ୍ୱଚ୍ଛତା ସଚେତନତା ଅଭିଯାନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କାର୍ଯ୍ଯକ୍ରମରେ ଥିବା ଓଡ଼ି
ସୁବର୍ଣ୍ଣପୁର ଠାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ଯ କ୍ରମ ରେ ଯୋଗ ଦେଲେ ମନ୍ତ୍ରୀ ରବି ନାୟକ*- *ସ୍ବେଛାସେବୀ ଙ୍କୁ ଉତ୍ସାହିତ କଲେ*-


ସୁବର୍ଣ୍ଣପୁର ଠାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ଯ କ୍ରମ ରେ ଯୋଗ ଦେଲେ ମନ୍ତ୍ରୀ ରବି ନାୟକ*- *ସ୍ବେଛାସେବୀ ଙ୍କୁ ଉତ୍ସାହିତ କଲେ*-


ସୁବର୍ଣ୍ଣପୁର ଠାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ଯ କ୍ରମ ରେ ଯୋଗ ଦେଲେ ମନ୍ତ୍ରୀ ରବି ନାୟକ*- *ସ୍ବେଛାସେବୀ ଙ୍କୁ ଉତ୍ସାହିତ କଲେ*-


ସୁବର୍ଣ୍ଣପୁର, ୨୩ ନଭେମ୍ବର (ହି.ସ.)- ସୁବର୍ଣ୍ଣପୁର ରୟାଲ ପଡିଆ ନିକଟସ୍ଥ ଶ୍ରୀ ବାଲାଜୀ ହନୁମାନ ମନ୍ଦିର ଠାରେ ସ୍ଵଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସ୍ୱଚ୍ଛତା ସଚେତନତା ଅଭିଯାନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କାର୍ଯ୍ଯକ୍ରମରେ ଥିବା ଓଡ଼ିଶା ରାଜ୍ୟ ସରକାରଙ୍କର ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାୟକ ଏଠାରେ ପହଞ୍ଚି ସ୍ଵଚ୍ଛତା ଅଭିଯାନରେ ଥିବା ସ୍ବେଛାସେବୀଙ୍କୁ ଉତ୍ସାହିତ କରିଥିଲେ l ଦୀର୍ଘ ୧୨ ବର୍ଷ ଧରି ଉଭୟ ସହର ର ମନ୍ଦିର ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ, ହସ୍ପିଟାଲ୍ ଓ ସରକାରୀ ବେସରକାରୀ ବିଭିନ୍ନ ଉତ୍ସବ ମାନଙ୍କ ରେ ସ୍ୱଚ୍ଛତା ଅଭିଯାନ ଓ ପଲିଥିନ୍ ମୁକ୍ତ ସଚେତନତା ଅଭିଯାନ ଆୟୋଜନ କରୁଥିବା, ପରିବେଶ ସୁରକ୍ଷା, ରକ୍ତଦାନ ଶିବିରର ଆୟୋଜନ, ତ୍ରିରଙ୍ଗା କାର୍ଯ୍ଯକ୍ରମ ସହ ବିଭିନ୍ନ ଜନ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ କରୁଥିବା ଓ ଜିଲ୍ଲା ପ୍ରଶାସନ ସହିତ ଯୋଡ଼ି ହୋଇ ସମସ୍ତ କାର୍ଯ୍ଯକ୍ରମରେ ସହଯୋଗ କରୁଥିବା ସବୁ ଧର୍ମର ଲୋକେ ଏହି ସଂଗଠନରେ ସାମିଲ୍ ହୋଇ ସାରା ବିଶ୍ୱକୁ ସର୍ବ ଧର୍ମ ସମନ୍ୱୟର ବାର୍ତ୍ତା ପ୍ରଦାନ କରୁଥିବା ବିଷୟ ଅନୁଷ୍ଠାନର ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ ଓ କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀଙ୍କ ଠାରୁ ଶୁଣି ମନ୍ତ୍ରୀ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଵଚ୍ଛ ଭାରତ ଅଭିଯାନକୁ ସଫଳ କରାଇ ଏକ ସ୍ଵଚ୍ଛ ଭାରତ, ସୁସ୍ଥ ଭାରତ ଓ ସଶକ୍ତ ଭାରତ ଗଠନ ଦିଗରେ ସହାୟତାର ହାତ ବଢ଼ାଇବାକୁ ମନ୍ତ୍ରୀ ଶ୍ରୀ ନାୟକ ସ୍ବେଛାସେବୀଙ୍କୁ ପରାମର୍ଶ କରିଥିଲେ l ପଞ୍ଚାୟତି ଓ ପାନୀୟ ଜଳ ଯୋଗାଣ ବିଭାଗର ସଫଳତା ସହ ଅନୁଷ୍ଠାନ ପକ୍ଷରୁ ଓଡ଼ିଶା ଦୃତ ବିକାଶ ଓ ସରକାରଙ୍କ ସଫଳତା କାମନା କରାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande