ସ୍ବାମୀ ଦୟାନନ୍ଦ ସରସ୍ୱତୀ ଓ ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଦର୍ଶନ ସମ୍ପର୍କିତ ପାଠଚକ୍ର

ସମ୍ବଲପୁର, ୨୩, ନଭେମ୍ବର (ହି.ସ.) ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ପରିସୀମା ବୃଦ୍ଧି ଲକ୍ଷ୍ୟରେ କୁଚିଣ୍ଡା ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ବ୍ରିଟିଶ ଶିକ୍ଷା ବ୍ୟବସ୍ଥାର ସମାଲୋଚନା ଏବଂ ଏକ ନୂତନ ବିକଳ୍ପ ଶୀର୍ଷକରେ ସ୍ବାମୀ ଦୟାନନ୍ଦ ସରସ୍ୱତୀ ଓ ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଦର୍ଶନ ସମ୍ପର୍କିତ ଏକ ପାଠଚକ୍ରରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ଜ୍ଞାନ ଓ ଅନୁଭବ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଡ. ମେନକା ନାୟକ ସ୍ବାଗତ ଅଭିଭାଷଣ ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଶିକ୍ଷା ବିଭାଗ ଅଧ୍ୟାପିକା ବେଲମତୀ କୁମୁରା ପାଠଚକ୍ର ବିଷୟରେ ତତ୍ତ୍ଵ ଏବଂ ସାରମର୍ମ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଡ. ସୁମନ୍ତ କୁମାର ପଟେଲ୍ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ରାଜନୀତି ବିଭାଗୀୟ ମୁଖ୍ୟ ଡ. ସୁଧାଂଶୁ କୁମାର ମହାପାତ୍ର ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶନ, ସତ୍ୟାଗ୍ରହ ଏବଂ ରାଷ୍ଟ୍ର ନିର୍ମାଣର ପୃଷ୍ଠଭୂମି ଉପରେ ସାରଗର୍ଭକ ସୂଚନା ଦେଇଥିଲେ । ଶେଷରେ ଇଂରାଜୀ ବିଭାଗୀୟ ମୁଖ୍ୟ ଡ. ପ୍ରକାଶଚନ୍ଦ୍ର ପଟେଲ୍ ଭାରତୀୟ ଶିକ୍ଷା ବ୍ୟବସ୍ଥା ସହିତ ପ୍ରଖ୍ୟାତ ପ୍ରୟୋଗବାଦୀ ଶିକ୍ଷା, ପରୀକ୍ଷଣ, ଶିକ୍ଷା ପ୍ରଣାଳୀ, ବିଷୟରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଦ୍ବିତୀୟ ବର୍ଷ ଛାତ୍ର ଧରଣୀ କିଶାନ ପରିଚାଳନା କରିଥିବା ବେଳେ ତୃତୀୟ ବର୍ଷ ଛାତ୍ରୀ ମୌସୋମି ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଶୋଭାରାଣୀ ପତ୍ରୀ, ରଶ୍ମିତା ସାହୁ, ଅଜୟ ନାୟକ, ସୁବାଷ କିଶାନ ପ୍ରମୁଖ ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କ ଶିକ୍ଷା ଦର୍ଶନ ଉପରେ ଏବଂ ଧରିତ୍ରୀ ରୋହିଦାଶ, ବର୍ଷାରାଣୀ କେଛୁ, ମମତା ମାହାନ୍ତ, ରେଶ୍ମା କିଶାନ, ଧାଲେନ୍ଦ୍ର ବାଗ ଓ ପ୍ରିନ୍ସ ଦେହୁରୀ ‘ ମହାତ୍ମାଗାନ୍ଧୀଙ୍କ ଶିକ୍ଷା ଦର୍ଶନ ଉପରେ ପାଠଚକ୍ର ଉପସ୍ଥାପନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande