ତାଲୁକ ଆଇନ ସେବା ସମିତି ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା
ପଟ୍ଟାମୁଣ୍ଡାଇ, 23 ନଭେମ୍ବର (ହି.ସ.)ଆଜି ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ପାଳିତ ହୋଇଯାଇଛି. ପଟ୍ଟାମୁଣ୍ଡାଇ ତାଲୁକ ସେବା ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପୃଷ୍ଟି ଙ୍କ ପୌରହିତ ସଭାରେ ବିଚାର ପତି ବିଦୂତଲତା ପ୍ରଧାନ, ଅତିରିକ୍ତ ସିଭିଲିଜଜ ଡି.
Taluk aini seba samiti


ପଟ୍ଟାମୁଣ୍ଡାଇ, 23 ନଭେମ୍ବର (ହି.ସ.)ଆଜି ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ପାଳିତ ହୋଇଯାଇଛି. ପଟ୍ଟାମୁଣ୍ଡାଇ ତାଲୁକ ସେବା ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପୃଷ୍ଟି ଙ୍କ ପୌରହିତ ସଭାରେ ବିଚାର ପତି ବିଦୂତଲତା ପ୍ରଧାନ, ଅତିରିକ୍ତ ସିଭିଲିଜଜ ଡି. କେ. ବାଲକ୍ରୀସନ୍ ଯୋଗ ଦେଇ, ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ପିଲାମାନ ଙ୍କର କଳା ପ୍ରତିଭା ବିକାଶ କ୍ଷତ୍ରରେ ସହାୟକ ହେବ. ପ୍ୟାନେଲ ଲୟାର ଧୀରେନ୍ଦ୍ରନାଥ ସାହୁ ଅତିଥି ପରିଚୟ ଦେଇଥିଲେ ପଟ୍ଟାମୁଣ୍ଡାଇ ବାର ଆଶ୍ସୋସିଏସନ ର ଉପ ସଭାପତି ସୁରେଶ କୁମାର ନରେନ୍ଦ୍ର ଧନ୍ୟବାଦ ଦେଇଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ରାଜନଗର ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ର ସପ୍ତମ ରୁ ଦଶମ ଶ୍ରେଣୀ ର 130 ଛାତ୍ର ଛାତ୍ରୀ ଭାଗନେଇ ସକାଳ 10ଟାରୁ 1ଟା ପ୍ରଯ୍ୟନ୍ତ ପରିକ୍ଷା ଦେଇଥିଲେ. ସମସ୍ତ ଭାଗନେଇଥିବା ଛାତ୍ର ଛାତ୍ରୀ ଙ୍କୁ ପାର୍ଟିପେସନ ପ୍ରମାଣପତ୍ର ଦିଆଯାଇଥିଲା. ଅନ୍ୟମାନ ଙ୍କ ମଧ୍ୟରେ ଆଇନଜିବି ହୃଦାନନ୍ଦ ମହାନ୍ତି, ବାର ସମ୍ପାଦକ ରବିନ୍ଦ୍ର ଦାଶ,ରିଟ ନର ଗୀତାଞ୍ଜଳି ପୃଷ୍ଟି, ବିଜୟ କୁମାର ରାଉତ, ଅମରେନ୍ଦ୍ର ତ୍ରିପାଠୀ, ନିତ୍ୟାନନ୍ଦ ସେଠି, ବିକ୍ରମସାମଲ, ରାଜେନ୍ଦ୍ର ମୁର୍ମୁ, ଦୀପକ ସାମଲ, ମାନସ ସାମନ୍ତରାୟ, ବିଜୟ ସିଂହ,. ବାମନ ମହାନ୍ତି, ଚନ୍ଦ୍ରଶେଖର ଲେଙ୍କା, ବକୁଳ ନାୟକ, ସଞ୍ଜୟ ଧଳ, ବିଶ୍ୱଜିତ ସାହାଣୀ, ମୋହନ ଦାଶ, ଅପର୍ଣ୍ଣା ସାମଲ, ଗଣେଶ ତ୍ରିପାଠୀ, ଦେବାଶିଷ ମିଶ୍ର, ବିକ୍ରମ ସ୍ୱାଇଁ, ଅରବିନ୍ଦ ରାଉତରାୟ, ଅମରେନ୍ଦ୍ର ପଣ୍ଡା, ସୁଧାଂଶୁ ଲେଙ୍କା ପ୍ରଭୁତି ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande