ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସ˚ଘର୍ଷ ଘଟଣା ୧୩ ଜଣଙ୍କ ମଧ୍ୟରେ ୨ ନାବାଳକ ନାମରେ ମାମଲା
ଜୟପୁର, 23 ନଭେମ୍ବର (ହି.ସ.) ପାରିବାରିକ ବିବାଦରୁ ଜୟପୁର ସହରର ଦୁଇ ସାହି ମଧ୍ୟରେ ସ˚ଘର୍ଷ ପରେ ଶାନ୍ତି କମିଟି ସତ୍ତ୍ବେ ସମାଧାନର ବାଟ ବାହାରି ପାରୁନାହିଁ। ବିବାଦ ଥମିବାର ନାଁ ନେଉନାହିଁ। ଚାପା ଉତ୍ତେଜନା ଜାରି ରହିଛି। ଗତ ୨୧ ତାରିଖ ରାତିରେ ଉଭୟ ପକ୍ଷ ପ୍ରତିନିଧି ଏକାଠି ହୋଇ ଟାଉନ ପୁଲିସ ସ
ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସ˚ଘର୍ଷ ଘଟଣା  ୧୩ ଜଣଙ୍କ ମଧ୍ୟରେ ୨ ନାବାଳକ ନାମରେ ମାମଲା


ଜୟପୁର, 23 ନଭେମ୍ବର (ହି.ସ.) ପାରିବାରିକ ବିବାଦରୁ ଜୟପୁର ସହରର ଦୁଇ ସାହି ମଧ୍ୟରେ ସ˚ଘର୍ଷ ପରେ ଶାନ୍ତି କମିଟି ସତ୍ତ୍ବେ ସମାଧାନର ବାଟ ବାହାରି ପାରୁନାହିଁ। ବିବାଦ ଥମିବାର ନାଁ ନେଉନାହିଁ। ଚାପା ଉତ୍ତେଜନା ଜାରି ରହିଛି। ଗତ ୨୧ ତାରିଖ ରାତିରେ ଉଭୟ ପକ୍ଷ ପ୍ରତିନିଧି ଏକାଠି ହୋଇ ଟାଉନ ପୁଲିସ ସହ ଆଲୋଚନା କରିଛନ୍ତି। ମାରପିଟରୁ ଦୁରେଇ ରହିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ। ଘଟଣା ପରେ ପୁଲିସ ଗତକାଲି ୭ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଆଜି ଆଉ ୬ଜଣଙ୍କ ନାମରେ ମାମଲା ରୁଜୁ କରିବା ସହା ଏହି ମାମଲାରେ ଆହୁରି ଲୋକ ମାନଙ୍କୁ ଗିରଫ କରାଯିବାର ଯୋଜନା ରହିଥିବା ଏସଡିପିଓ ପାର୍ଥ କଶ୍ୟପ ସୂଚନା ଦେଇଛନ୍ତି। ବର୍ତ୍ତମାନ ନିୟନ୍ତ୍ରଣ ରହିଛି। ପୁଲିସ ଉଭୟ ସାହିରେ ପୁଲିସ ମୁତୟନ କରି କଡା ନଜର ରଖିଛି। ଲେବର ଅଫିସ ଛକ ଏବ˚ ଟାଉନହଲ ଛକ ଠାରେ ପୁଲିସ ମୁତୟନ କରାଯାଇଛି। ଆଜି କୋର୍ଟ ଚାଲାଣ କରାଯାଇଥିବା ୧୩ଜଣ ଅଭିଯୁକ୍ତ ମାନେ ହେଲେ ବାପୁଜି ନଗର ଅଞ୍ଚଳର ସନ୍ତୋଷ ଖରା,ହରି ହନ୍ତାଳ,ରବି ବାଘ,ଚିଣ୍ଟୁ ଖରା,ମନୋରଞ୍ଜନ ହନ୍ତାଳ, ଗଣେଶ୍ବର ଖରା, ମଦନ ଖରା,ପୂର୍ଣ୍ଣ ଖରା,ଦିବାକର ଖରା, ବାବୁଲି ଖରା, କେଲାନଗର ଅଞ୍ଚଳର ଗୁରୁପ୍ରିତ ସି˚ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ଖଣ୍ତା, କାତି,ଆଇରନ ରଡ ଓ ଠେଙ୍ଗା ଓ ପଥର ଜବତ କରିଥିବା ଟାଉନ ଥାନା ଅଧିକାରି ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି। ୧୩ ଜଣ ଙ୍କ ମାଧ୍ୟ୍ୟମ ରୁ ୨ ଜଣ ନାବାଳକ ରହିଛନ୍ତି l

ପ୍ରକାଶ ଥାଉକି ଗତ ୨୧ ତାରିଖ ରାତିରେ ଉଭୟ ପକ୍ଷର ଲୋକଙ୍କୁ ନେଇ ଟାଉନଥାନାରେ ଶାନ୍ତି କମିଟି ଗଠନ କରାଯାଇଥିଲା। ପରେ ସାହିରେ ଏକ ବୈଠକ ଡକାଯାଇ ସାହିରେ ଶାନ୍ତି ଫେରାଇ ଆଣିବା ଲାଗି ସମସ୍ତଙ୍କୁ ଅପିଲ କରାଯାଇଥିଲା। ଆଗକୁ ଗଣ୍ତଗୋଳ ନ କରିବାକୁ ଉଭୟ ଗୋଷ୍ଠୀର ସଦସ୍ୟ ପ୍ରତିଶୃତି ଦେଇଥିଲେ। କିନ୍ତୁ ଗତକାଲି ରାତି ଟାଉନ ହଲ ନିକଟରେ ଗୋପବନ୍ଧୁ ନଗର ଅଞ୍ଚଳର ୫୦ରୁ ଅଧିକ ଯୁବକ ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲେ। ଘଟଣା ସ୍ଥଳରେ ପୁଲିସ ପହଁଚିବା ପରେ ସମସ୍ତ ଯୁବକ ଲୁଚି ଚାଲିଯାଇଥିଲେ। ପୁଲିସ ଶାନ୍ତି କମିଟି କରିବା ପରେ ମଧ୍ୟ ଯୁବକ ମାନେ ଉତ୍ତେଜନା ହେଉଥିବା ଯୋଗୁଁ ପୁଲିସର ଫର୍ମୁଲା ଏଠାରେ କାମ କରୁନଥିବା ଭଳି ମନେ ହେଉଛି। ଏହି ମାମଲାରେ ଏସଆଇ ରୁଚିକାନ୍ତ ମହକୁଡ ମାମଲାର ତଦନ୍ତକାରୀ ଅଧିକାରୀ ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଭିନ୍ନ ଜାତିର ପ୍ରେମ ବିବାହ ହୋଇଥିବାରୁ ପ୍ରଥମେ ଶାଶୁ ବୋହୁ ବିବାଦକୁ ନେଇ ଜୟପୁର ଟାଉନଥାନାରେ ମାମଲା ରୁଜୁ କରାଯାଇଥିଲା। ବିବାଦର ସମାଧାନ ସମୟରେ ଶୁକ୍ରବାର ମଧ୍ୟାହ୍ନରେ ଯୁବକ ରହୁଥିବା ଗୋପବନ୍ଧୁ ନଗର ଓ ଯୁବତୀ ରହୁଥିବା ବାପୂଜୀ ନଗରର ଦୁଇ ସାହି ମଧ୍ୟରେ ମୁହାଁ ମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା। ଉଭୟ ପକ୍ଷ ଲେବର ଅଫିସ ଛକ ଟାଉନହଲ ମୁଖ୍ୟରାସ୍ତାରେ ମୁହାଁମୁହିଁ ହୋଇଥିଲେ। ମାରଣାସ୍ତ୍ର ସାଙ୍ଗକୁ ଇଟା ପଥର ମାଡ କରାଯାଇଥିଲା। ଆକ୍ରମଣରେ ୬ଜଣ ଆହାତ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ଏସଡିପିଓ ପାର୍ଥ କଶ୍ୟପ, ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ଓ ସଦର ପୁଲିସ କର୍ମଚାରୀ ପହଁଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଘଟଣାର ପୁନରାବୃତ୍ତି ନହେବା ପାଇଁ ପୁଲିସ ଉଭୟ ସାହିରେ ୨ ପ୍ଲାଟୁନ ଫୁଲିସ ଫୋର୍ସ ମୁତୟନ କରିବା ସହ ନାଇଟ ପେଟ୍ରୋଲି˚ କଡାକଡି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande