ଘାଟିରୁ ତଳକୁ ଖସିଲା ବନ୍ଧାକୋବି ବୋଝେଇ ଟ୍ରକ୍ : ୩ ଗୁରୁତର
କନ୍ଧମାଳ, ୨୩ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ଗାଜଲବାଡ଼ି ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଛି ଏକ ବନ୍ଧାକୋବି ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଟ୍ରକ୍ ଚାଳକଙ୍କ ସହିତ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି ।
ଘାଟିରୁ ତଳକୁ ଖସିଲା ବନ୍ଧାକୋବି ବୋଝେଇ ଟ୍ରକ୍ : ୩ ଗୁରୁତର


କନ୍ଧମାଳ, ୨୩ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ଗାଜଲବାଡ଼ି ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଛି ଏକ ବନ୍ଧାକୋବି ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଟ୍ରକ୍ ଚାଳକଙ୍କ ସହିତ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି । ଟ୍ରକ୍ ଟି ମଧ୍ୟପ୍ରଦେଶରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଯାଉଥିବା ବେଳେ ଗତକାଲି ରାତିରେ ଘଟିଛି ଏହି ଦୁର୍ଘଟଣା । ଚାଳକ ଗୁଗୁଲ୍ ମ୍ୟାପ୍ ସହାୟତାରେ ଯାଉଥିବା ବେଳେ ହଠାତ୍ ନେଟୱାର୍କ କଟି ଯିବାରୁ ବାଟବଣା ହୋଇ ଅନ୍ଧାର ଘାଟି ରାସ୍ତାରେ ଟ୍ରକ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande