
କୋରେଇ, ୨୩ ନଭେମ୍ବର (ହି.ସ.)- ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଶ୍ୱାସ ପରିବାର ଟ୍ରଷ୍ଟ ପକ୍ଷରୁ ଅସହାୟ ମାନଙ୍କୁ କମ୍ବଳ ବଂଟନ କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ପ୍ରବଳ ଶୀତ ଯୋଗୁ ଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠାତା ସୁନୀଲ କୁମାର ଓଝାଙ୍କ ନେତୃତ୍ଵରେ ପାଣିକୋଇଲି ବାଲିଦାଣ୍ଡ ହରିଜନ ଓ ଆଦିବାସୀ ବସ୍ତିରେ କମ୍ବଳ ବଂଟନ କରାଯାଇଥିଲା । ଉପଦେଷ୍ଟା ସୁବାସ ଧଳ, ସମ୍ପାଦକ ଶିବ ପ୍ରସାଦ ସାହୁ, ପ୍ରଦୀପ ମାଝୀ, ଅଶୋକ କୁମାର ଦାସ, କୁନା ମହୀ, ଶୋଭିନ ପରିଡା, ସଲମନ ଖା, ଅବଦୁଲ ଅଜିଜ ଖାଁ, ବସନ୍ତ ମଳିକ ସନ୍ତୋଷ କୁମାର ମଲିକ ଓ ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପ୍ରାୟ ୫୦ ଜଣଙ୍କୁ କମ୍ବଳ ବଂଟନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ