ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ୬ଷ୍ଠ ବାର୍ଷିକ ସ୍ୱନକ୍ଷତ୍ର ଦିବସ ଜାନୁୟାରୀ ମାସ ୨୦ତାରିଖରେ ପାଳନ ହେବ
ଭଦ୍ରକ, ୨୩ ନଭେମ୍ବର (ହି.ସ.) - ଜିଲ୍ଲାର ବରିଷ୍ଠ ମାନଙ୍କୁ ଏକାଠି କରି ସେମାନଙ୍କ ମୁହଁରେ ହସ ଫୁଟେଇବା ପାଇଁ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ତାର ପ୍ରୟାସ ଆଜକୁ ପାଞ୍ଚ ବର୍ଷ ଧରି ବରିଷ୍ଠ ଭିତ୍ତିକ କାର୍ଯ୍ୟକ୍ରମ ମାନ ୨୭ ଗୋଟି ଆଞ୍ଚଳିକ ସଂଗଠନର କର୍ମକର୍ତା ଓ ସଦସ୍ୟଙ୍କୁ ନେଇ ବର୍ଷର ନିୟମିତ ବ୍ୟ
baristha nagarika mancha


ଭଦ୍ରକ, ୨୩ ନଭେମ୍ବର (ହି.ସ.) - ଜିଲ୍ଲାର ବରିଷ୍ଠ ମାନଙ୍କୁ ଏକାଠି କରି ସେମାନଙ୍କ ମୁହଁରେ ହସ ଫୁଟେଇବା ପାଇଁ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ତାର ପ୍ରୟାସ ଆଜକୁ ପାଞ୍ଚ ବର୍ଷ ଧରି ବରିଷ୍ଠ ଭିତ୍ତିକ କାର୍ଯ୍ୟକ୍ରମ ମାନ ୨୭ ଗୋଟି ଆଞ୍ଚଳିକ ସଂଗଠନର କର୍ମକର୍ତା ଓ ସଦସ୍ୟଙ୍କୁ ନେଇ ବର୍ଷର ନିୟମିତ ବ୍ୟବଧାନରେ ପାଳନ କରିଆସୁଥିବା ବେଳେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ତାର ୬ଷ୍ଠ ବାର୍ଷିକ ସ୍ୱନକ୍ଷତ୍ର ଦିବସ ଆସନ୍ତା ଜାନୁୟାରୀ ମାସ ୨୦ତାରିଖ ମଙ୍ଗଳବାର.ସକାଳ ୯ ଘଣ୍ଟା ସମୟ ରେ ଭାଗବତ କଲ୍ୟାଣ ମଣ୍ଡପରେ ଜିଲ୍ଲା ମହାସଂଘ ଅନୁବନ୍ଧିତ ୨୭ ଗୋଟି ସଂଘର ମିଳିତ ଆନୁକୁଲ୍ୟରେ ପାଳନ ହେବ । ଆଜି ଭଦ୍ରକ ଜାନୁଗଞ୍ଜସ୍ଥ ଦିବ୍ୟମ ସଭାଗୃହରେ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ସହ ସମ୍ପାଦକ ବିଭୂତି ଭୂଷଣ ସେନାପତି ଓ ଜିଲ୍ଲାର ବରିଷ୍ଠ ନାଗରିକ ସଂଘ ରାଣୀତାଲ , ତିହିଡି,ଅର୍ଣ୍ଣପାଳ, ରାନ୍ଦିଆ, ପୁରୁଣା ବଜାର, ଚରମ୍ପା, ଭଦ୍ରକ, ସାହାଡ଼ା ସାବରଙ୍ଗ,ବେତାଳିଗାଁ, ଘଣ୍ଟେଶ୍ୱର,ବାରିକପୁର ର ସଭାପତି, ସମ୍ପାଦକ ମାନଙ୍କ ମତାମତକୁ ସମ୍ମାନ ଜଣାଇ ଉକ୍ତ ସମାବେଶକୁ ସରସ ସୁନ୍ଦର କରି ଜିଲ୍ଲାର ସବୁ ବର୍ଗର ବରିଷ୍ଠ ନାଗରିକଙ୍କ ମନରେ ଏକ ନିଆରା ଅନୁଭୁତି ବାଣ୍ଟିବା ସହ ଭାବର ଆଦାନ ପ୍ରଦାନ କରି ସମସ୍ତ ବୟସ୍କଙ୍କ ବନ୍ଧୁମିଳନ କଲେ ନିଜ ନିଜର ଆତ୍ମ ସନ୍ତୋଷ ମିଳେ, ଯାହାକି ପରିବାର ଓ ସମାଜ ଦେଇନଥାଏ ବୋଲି ମତବ୍ୟକ୍ତକରିଥିଲେ।ସମସ୍ତଙ୍କ ମନେ ରହିବା ଭଳି ମହାସଂଘର ବାର୍ଷିକ ପତ୍ରିକା ବରିଷ୍ଠକୁ ଉଚ୍ଚ ମାନର କରିବାକୁ ସବୁପ୍ରକାର ସହଯୋଗ କରିବାପାଇଁ ମହାସଂଘର ଉପଦେଷ୍ଟା ଇନ୍ଦ୍ରମଣି ପଣ୍ଡା, ଶଶିକାନ୍ତ ପାଢ଼ୀ, ,ମନୀନ୍ଦ୍ର କୁମାର ମହାନ୍ତି, ପର୍ଶୁରାମ ଦ୍ୱିବେଦୀ,ଡାକ୍ତର ଦୁର୍ଯ୍ୟୋଧନ ଦାସ,ଗୋଲକ ବିହାରୀ ସାହୁ, ଇଂ ମଧୁସୂଦନ ସାହୁ, ଇଂ ମହେଶ ପ୍ରସାଦ ଦାସ, ଇଂ ଅଖିଳ ପାଢ଼ୀ,ଶାନ୍ତନୁ କୁମାର ରାଉତ,କାର୍ଯ୍ୟକାରିଣୀ ସଦସ୍ୟ ସୁଧାକର ରାଉତ, ରାମଚନ୍ଦ୍ର କର, ରଘୁନାଥ ସାହୁ, ସଂଗୀତା ଦେ, ଶାନ୍ତିଲତା ବାରିକ , ହରେକୃଷ୍ଣ ମହାକୁଡ଼, ବିଚିତ୍ରାନନ୍ଦ ମହାନ୍ତି, ବୈଲୋଚନ ବେଉରିଆ, ପ୍ରଶାନ୍ତ ଦେ, ଗିରୀଶ ଚନ୍ଦ୍ର ପାତ୍ର, ଦିଲ୍ଲୀପ ନାୟକ ପ୍ରତିଶୃତି ଦେଲେ,ମହାସଂଘ ର କୋଷାଧ୍ୟକ୍ଷ ବିଜୟ କୁମାର ସେନାପତିଙ୍କୁ ଅର୍ଥ ସମ୍ବନ୍ଦିୟ ସହଯୋଗ ପାଇଁ ଦିବାକର ବାରିକ, ରାଧାରାଣୀ ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ବାଦଲ ମହାପାତ୍ର ନିରଞ୍ଜନ ସାହୁ ଦାୟିତ୍ୱ ଦିଆଗଲା, ରାଷ୍ଟ୍ରାୟତ କମ୍ପାନୀ ମହାନଦୀ କୋଲ ଫିଲଡ ସି ଏସ ଆର ଫଣ୍ଡରେ ଚାରିଘରିଆ ବାଗୁରାଇ ଠାରେ ନିର୍ମାଣ ହେବାକୁ ଥିବା ସିନିଅର ସିଟିଜେନ ମଲିଟି ହବ ପାଇଁ ଜିଲ୍ଲାପାଳ ମହୋଦୟ ଙ୍କ ନିର୍ଦେଶ ମତେ ତହସିଲଦାର ପତ୍ର ଦ୍ୱରା ପାଞ୍ଚ ଡେସିମିଲ ଜମି ଦେଇଛନ୍ତି, କିନ୍ତୁ ଆଇନ ମୁତାବକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଟ୍ରେସମ୍ୟାପ ସହ ଅମିନଙ୍କ ଜରିଆରେ ଜାଗା ଚି଼ହ୍ନଟ କରିବାର ବିଳମ୍ବର କାରଣ କଣ ବୋଲି ବରିଷ୍ଠଙ୍କ ମଧ୍ୟରେ ଆଜିର ବୈଠକରେ ସରଗରମ ଆଲୋଚନା କରାଯାଇ, ଏ ବାବଦରେ ମହାସଂଘ ର ସଭାପତି, ସମ୍ପାଦକ, କାର୍ଯ୍ୟକାରୀ ସଭାପତି ଓ ଉପଦେଷ୍ଟା ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଖୁବଶୀଘ୍ର ଏଦିଗରେ ଜିଲ୍ଲାପାଳ ମହୋଦୟ ତହସିଲଦାରଙ୍କୁ ବିଧିବଦ୍ଧ ଭାବେ ଡ଼ି. ଏସ ଏସ ଓ ଙ୍କ ନାମେ ରେକର୍ଡ ଭୁକ୍ତ କରିବାକୁ ନିର୍ଦେଶ ଦେବାପାଇଁ ଅନୁରୋଧ କରିବା ପାଇଁ ଦାୟିତ୍ୱ ଦିଆଗଲା,ଆଶା ୨୦୨୬ ଜାନୁୟାରୀରେ ହେବାକୁ ଥିବା ମହାସଂଘର ବାର୍ଷିକ ସମାରୋହ ପୂର୍ବରୁ ମାନନୀୟ ସାଂସଦ, ସଦର ବିଧାୟକ ଓ ଜିଲ୍ଲପାଳ ମହୋଦୟଙ୍କ ଦ୍ୱାରା ମଲ୍ଟି ହବର ନିର୍ମାଣର ଶୁଭ ଦିଆଯାଇ ଜିଲ୍ଲାର ବରିଷ୍ଠ ମାନଙ୍କୁ ଖୁସି ଦେବେ,ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande