ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ବିଭୀଷଣ ବିବାଦ ଭିତରେ ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ବିଭୀଷଣ କଥା ମୁଁ କହି ନାହିଁ । ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି, ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ଦଳରେ ବିଭୀଷଣ ଥିଲେ ଖୋଜିବ
ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ


ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ବିଭୀଷଣ ବିବାଦ

ଭିତରେ ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ବିଭୀଷଣ କଥା

ମୁଁ କହି ନାହିଁ । ଗଣମାଧ୍ୟମରେ ଯାହା ଚର୍ଚ୍ଚା

ହେଉଛି, ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ଦଳରେ ବିଭୀଷଣ ଥିଲେ ଖୋଜିବୁ କହିଥିଲି । ମୁଁ ଯାହା

କୁହେ ଖୋଲା ଖୋଲି କୁହେ ଲୁଚିକି କୁହେ ନାହିଁ । ସବୁ କଂଗ୍ରେସ ନେତାଙ୍କୁ ଅପିଲ ବାଦ ବିବାଦରୁ

ବାହାରି କଂଗ୍ରେସ ଦଳକୁ ତିଆରି କରିବାର ସମୟ ଆସିଛି । ଉପନିର୍ବାଚନ ଆମ ସମ୍ଭାବନାରୁ ବାହାରେ ଥିଲା । 25 ବର୍ଷର

ଦଳ ବିଜେଡିକୁ ପଛରେ ପକାଇଛୁ । ସମସ୍ତଙ୍କର କିଛି ଭୁଲ ହୁଏ । ଯଦି ମୁଁ ଶୃଙ୍ଖଳା ଭଙ୍ଗ କରିଛି

ତାହାର ସମୀକ୍ଷା କରିବି । ଯଦି କାହାର ଅସୁବିଧା ଅଛି ମୋ ସହ ଆସି ଆଲୋଚନା କରନ୍ତୁ । ହେଲେ

ପିସିସି ସଭାପତି କାହା ଗୁଲାମ ହୋଇ କାହା ପକେଟରେ ରହିପାରିବିନି । କିଛି ବାହ୍ୟ ଶକ୍ତି କଥାରେ

କିଛି ନେତା ଗଣମାଧ୍ୟମରେ ବୟାନ ଦେଉଛନ୍ତି । ସମସ୍ତଙ୍କୁ ଅପିଲ କରୁଛି ଫୋରମରେ ଆଲୋଚନା କର । କଂଗ୍ରେସ

ପାଇଁ କାମ କଲେ ଭୁଲ ଥିଲେ କ୍ଷମା କରିବି ବୋଲି ଭକ୍ତ ଦାସ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande