ଚାନ୍ଦବାଲି ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା
ଭଦ୍ରକ, ୨୩ ନଭେମ୍ବର (ହି.ସ.) - ଓଡିଶା ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଓ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ମିଳିତ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା ଆଜି ଦିବା ୧୧ଘଟିକା ସମୟରେ ମତୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍
chandabali sakti sangrakhyana


ଭଦ୍ରକ, ୨୩ ନଭେମ୍ବର (ହି.ସ.) - ଓଡିଶା ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଓ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ମିଳିତ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା ଆଜି ଦିବା ୧୧ଘଟିକା ସମୟରେ ମତୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କୁଇଜ୍ ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୯୭ଜଣ ଛାତ୍ର ଛାତ୍ରୀଅଂଶ ଗ୍ରହଣ କରିଥିଲେ।ଶ୍ରେଷ୍ଠ ୨୦ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।ପ୍ରତିଯୋଗିତା ପରେ ଆୟୋଜିତ ପୁରସ୍କାର ପ୍ରଦାନ ସଭାରେ ବ୍ଲକ ବିଜ୍ଞାନ ସଂଯୋଜକ ଅମୂଲ୍ୟ କୁମାର ରାଉତ,ବିଜ୍ଞାନ ଶିକ୍ଷକ ଶଶିକାନ୍ତ ଦତ୍ତ, କିଶୋର ନାୟକ,ଶିକ୍ଷୟିତ୍ରୀ ସୁମତି ପଣ୍ଡା,ଶୁଭସ୍ମିତା ନାୟକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶକ୍ତି ସଂରକ୍ଷଣ,ପରିବେଶ ସୁରକ୍ଷା ଓ ସବୁଜ ଶକ୍ତି ଉପରେ ମାର୍ଗ ଦର୍ଶନ କରିଥିଲେ।କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଏଥିରେ ବି.ଏସ୍‌.ସି ଜନ୍ତୁଆଳି ନୂଆଗାଁ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ବବୁଲ କୁମାର ସାମଲ -ପ୍ରଥମ,ମତୋ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ଧନଞ୍ଜୟ ପ୍ରଧାନ-ଦ୍ୱିତୀୟ ଓ ଦାଖା ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଦୀପ୍ତିମୟୀ ରାଉତ-ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁପ୍ରଭା କବି, ଉର୍ମିଳା ଜେନା,ଦିପ୍ତିମୟୀ ସାହୁ,ସ୍ନେହଶିଷା ପାଣ୍ଡବ ପ୍ରମୁଖ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande