
ଭଦ୍ରକ, ୨୩ ନଭେମ୍ବର (ହି.ସ.) - ଶିକ୍ଷା ବିକାଶ ସମିତି ଯୋଜନା ଅନୁସାରେ ଧାମନଗର ବ୍ଲକ ଧୂଷୁରୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଧୂଷୁରୀ ରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା କଳ୍ପନା ଦେବତାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟଅତିଥି ରୂପେ ଧୂଷୁରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିତା ପାତ୍ର ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ବୈରାଗୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ଅସୁରାଳି ର ଆଚାର୍ଯ୍ୟା ସ୍ମିତା ରାଣୀ ରଥ ଯୋଗ ଦେଇ ନାରୀର ସାତ ଗୁଣ ଆଧାରିତ ସପ୍ତଶକ୍ତି, ଛଅ ଆୟାମ ଏବଂ କୁଟମ୍ବ ପ୍ରବୋଧନ ସହ ଶିଶୁ ମାନଙ୍କ ପାଇଁ ମାଆର ଭୂମିକା ବିଷୟରେ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ଉପସ୍ଥିତ ଥିଲେ ଜଣେ ମା ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଗୁରୁମା ସରୋଜିନୀ ଯେନା ଅତିଥି ପରିଚୟ କରିଥିଲା ବେଳେ ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦମୟନ୍ତ୍ରୀ ସାହୁ, ରାଧାସ୍ମିତା ମୁଦୁଲି, ରଶ୍ମିତା ବେହେରା, ମାନିନୀ ସାହୁ, ଓ ଜୟଶ୍ରୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସେବିକା ମାମିନା ମହାପାତ୍ର ଓ ସୁମତି ମୁଦୁଲି ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ