ଏସଇବିସି ତାଲିକାରେ ଖଣ୍ଡାୟତଙ୍କୁ ସାମିଲ କରିବାକୁ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାରେ ଥିବା ଖଣ୍ଡାୟତ, ପାଇକ, ଚଷା ପାଇକ, ଆଳିଆ, ପାଇକାଳି, କଳିଙ୍ଗୀ ଶୂଦ୍ର ଖଣ୍ଡାୟତ, ମହାନାୟକ ଶୂଦ୍ର, ଓଡ଼-ଖଣ୍ଡାୟତ, ବୟାଳିଶା, ଓଡ଼, ଓଡ଼ ପାଇକ, ଓଡ଼ ପାଇକୋ, ହଳଦିଆ ତେଲି
ଏସଇବିସି ତାଲିକାରେ ଖଣ୍ଡାୟତଙ୍କୁ ସାମିଲ କରିବାକୁ ରାଷ୍ଟ୍ରୀୟ     ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି


ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାରେ

ଥିବା ଖଣ୍ଡାୟତ, ପାଇକ,

ଚଷା ପାଇକ, ଆଳିଆ,

ପାଇକାଳି, କଳିଙ୍ଗୀ ଶୂଦ୍ର

ଖଣ୍ଡାୟତ, ମହାନାୟକ ଶୂଦ୍ର,

ଓଡ଼-ଖଣ୍ଡାୟତ, ବୟାଳିଶା,

ଓଡ଼, ଓଡ଼ ପାଇକ,

ଓଡ଼ ପାଇକୋ, ହଳଦିଆ ତେଲି ଏବଂ

ରାଜଶ୍ରୀବଳାସୀ/ବଳାସୀ ଜାତିକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ ରାଷ୍ଟ୍ରୀୟ

ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ହଂସରାଜ ଅହରିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର

ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ରାଜ୍ୟ ଏସଇବିସି ତାଲିକାରେ ଥିବା ଅନେକ ଜାତି କେନ୍ଦ୍ରୀୟ ଓବିସି ତାଲିକାରେ

ନଥିବାରୁ ଏହି ସମାଜର ଲୋକମାନେ କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷା ଓ ବୈଷୟିକ

ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାରେ ସଂରକ୍ଷଣର ଲାଭ

ପାଇବାରୁ ବଞ୍ଚିତ ହେଉଛନ୍ତି । କେନ୍ଦ୍ରୀୟ ଓବିସି ତାଲିକାରେ ଏହି ବର୍ଗର ଜାତିଙ୍କୁ ସାମିଲ

କରାଗଲେ ସେମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ ଘଟିବ । ଓଡ଼ିଶାର ଏହି ବୃହତ୍ ସମାଜକୁ

ସେମାନଙ୍କର ଅଧିକାର ଦେବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ

ହେବ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande