ବେଆଇନ ଗୋ-ମାଂସ ସହିତ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
ସମ୍ବଲପୁର, 23 ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ସହ ବେଆଇନ ମାଦକ ଦ୍ରବ୍ୟ କାରବାର ଥମିବାର ନାଁ ନେଉନାହିଁ । ପୋଲିସ ଥାନାରେ ହେଉଥିବା ମାମଲାକୁ ତଦନ୍ତ କରି ଗୋଡେଇ ଗୋଡେଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ, କଳେ ବଳେ କୌଶଳେ ଜେଲରୁ ଜାମିନରେ ଆସି
ବେଆଇନ ଗୋ-ମାଂସ ସହିତ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ


ସମ୍ବଲପୁର, 23 ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ସହ ବେଆଇନ ମାଦକ ଦ୍ରବ୍ୟ କାରବାର ଥମିବାର ନାଁ ନେଉନାହିଁ । ପୋଲିସ ଥାନାରେ ହେଉଥିବା ମାମଲାକୁ ତଦନ୍ତ କରି ଗୋଡେଇ ଗୋଡେଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ, କଳେ ବଳେ କୌଶଳେ ଜେଲରୁ ଜାମିନରେ ଆସି ପୁଣି ପୁରୁଣା କାରନାମା ଜାରି ରଖୁଥିବା ଦେଖାଯାଇଛି । ଆଜି ଏହିପରି ଏକ ସମ୍ବେଦନଶୀଳ ଘଟଣାର ପୁନରାବୃତ୍ତି କରି ବାରମ୍ବାର ଜାମିନରେ ବାହାରକୁ ଆସୁଥିବା ଅଭିଯୁକ୍ତ ଓ ତା'ର ଜଣେ ସହଯୋଗୀକୁ ହୀରାକୁଦ ଥାନା ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନୁଯାୟୀ ହୀରାକୁଦ ଥାନା ଅନ୍ତର୍ଗତ ନୂଆଁ ଗୁଜାତାଲ ଗାଁ'ରେ ରବିବାର ସକାଳେ ହୀରାକୁଦ ଥାନା ପୋଲିସ ଅତର୍କିତ ପଶି ଜନେକ ବ୍ୟକ୍ତିଙ୍କ ଘରୁ ଗୋ-ମାଂସ ସହିତ ବେଆଇନ୍ ଗଞ୍ଜେଇ ଜବତ କରିଛି । ଏଭଳି ଅପରାଧିକ କାର୍ଯ୍ୟକଳାପ ଜାଣିବା ପରେ ସମ୍ପୃକ୍ତ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ହୀରାକୁଦ ଅଞ୍ଚଳର ୫୫ ବର୍ଷିୟ ଗରିଧାରୀ ରୋହିଦାସ ଓ ତା'ର ଜଣେ ସହଯୋଗୀ ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ ପୋଲିସ ପ୍ରାୟ ୩ କିଲୋଗ୍ରାମ ଗୋ-ମାଂସ ସହ ୫ କିଲୋରୁ ଉର୍ଦ୍ଧ୍ବ ଓଜନର ଗଞ୍ଜେଇ ଜବତ କରିଛି । ହୀରାକୁଦ ଥାନାରେ ଏସମ୍ପର୍କରେ ପୋଲିସ ୩୩୭/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସୂଚନାନୁଯାୟୀ ହୀରାକୁଦର ଶ୍ରୀଗୋପାଳ ଗୋ-ସେବକ ଓ ସେବା କୁଞ୍ଜ ସଂଗଠନର କର୍ମକର୍ତ୍ତାମାନେ ନୂଆଁ ଗୁଜାତାଲ ଗ୍ରାମର ଅଭିଯୁକ୍ତ ରୋହି ଦାସଙ୍କ ଘରେ ଗୋ-ମାଂସ କଟାଯାଇ ବିକ୍ରି କରାଯାଉଥିବା ସମ୍ପର୍କରେ ଖବର ପାଇ ତାଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରେ ଗୋ-ମାଂସ ସହିତ ବେଆଇନ୍ ଭାବେ ଗଚ୍ଛିତ ଏକାଧିକ ଗଞ୍ଜେଇ ପ୍ୟାକେଟ୍ ଠାବ କରିଥିଲେ । ଏଭଳି ଅପରାଧିକ କାର୍ଯ୍ୟକଳାପ ଦେଖି ତୁରନ୍ତ ସେମାନେ ହୀରାକୁଦ ଥାନାକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ସେଠାରେ ପହଞ୍ଚି ବିକ୍ଷିପ୍ତ ଭାବେ ପଡିଥିବା ଗୋ-ମାଂସ, ଚାପଡ, ଦଣ୍ଡି ବଟକରା ସହିତ ଗଞ୍ଜେଇ ଭର୍ତ୍ତି ଏକ ବ୍ୟାଗ୍ କୁ ଜବତ କରିଥିଲା । ଏନେଇ ହୀରାକୁଦ ଥାନାରେ ଶ୍ରୀଗୋପାଳ ଗୋ-ସେବକ, ସେବା କୁଞ୍ଜ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ପୃଥକ୍ ପୃଥକ୍ ଏତଲା ପ୍ରଦାନ କରାଯାଇଥିଲା । ଅଭିଯୋଗକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ଗିରିଧାର ନିୟମିତ ଭାବେ ବେଆଇନ୍ ଗୋାମାଂସ ବ୍ୟବସାୟ କରି ଆସୁଛନ୍ତି । ଅତୀତରେ ମଧ୍ୟ ବେଆଇନ୍ ଗୋ-ମାଂସ ବ୍ୟବସାୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଛି । ମାତ୍ର ପରବର୍ତ୍ତୀ ସମୟରେ ଜାମିନରେ ଆସି ପୁନର୍ବାର ଗୋ-ମାଂସ କାରବାରରେ ସମ୍ପୃକ୍ତ ରହିଆସୁଛି । ହୀରାକୁଦ ଥାନା ଆଇଆଇସି ସନୟ ନାୟକ କହିଛନ୍ତି ଯେ, ଆଜି ରବିବାର ଥିବାରୁ ଗିରିଧାରୀ ନିଜ ପରିବାର ଲୋକଙ୍କ ଖାଇବା ପାଇଁ କିଛି ଗୋମାଂସ ଆଣିଥିଲା । ନିଜର କୁ ଅଭ୍ୟାସ ଯୋଗୁଁ ସେ ବାରମ୍ବାର ନକିଣି ଏକାବେଳକେ ଗଞ୍ଜେଇ ରଖୁଥିଲା । ସମଗ୍ର ଦେଶରେ ଗୋ-ମାଂସକୁ ନେଇ ସଦାସର୍ବଦା ଉତ୍ତେଜନା ଲାଗି ରହୁଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯିବା ଓ କିଛି ଦିନ ପରେ ଜାମିନରେ ଆସି ପୁଣିଥରେ ଏହି ବେଆଇନ୍ କାର୍ଯ୍ୟରେ ଲିପ୍ତ ରହିବା ଉଦବେଗର କାରଣ ପାଲଟିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande